ପାକିସ୍ତାନ କ୍ରିକେଟର ଅବନତି ପାଇଁ ଭାରତକୁ ଦାୟୀ କରିଲେ ରମିଜ୍ ରାଜା କହିଲେ, ଭାରତ ଏମିତି ଏକ ଦେଶ ଯାହା...

 
Ramiz raza

ଦେଶରେ କ୍ରିକେଟର ଅବନତିକୁ ନେଇ ବାରମ୍ବାର ଭାରତକୁ ଦୋଷାରୋପ କରି ଆସୁଛି ପାକିସ୍ତାନ। ପୂର୍ବରୁ ପାକିସ୍ତାନ ଅନେକ ଥର ଏହିଭଳି ଭାବରେ ଭାରତକୁ ଦୋଷାରୋପ କରି ଆସୁଛି। ଏପରି ପରିସ୍ଥିତିରେ ପଛରେ ପଡ଼ି ନାହାନ୍ତି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ନବ ନିର୍ବାଚିତ ଅଧ୍ୟକ୍ଷ ରମିଜ୍ ରାଜା। ଏଥର ଭାରତ ପାଇଁ ପାକିସ୍ତାନ କ୍ରିକେଟ ଭୁଶୁଡ଼ି ପଡିବ ବୋଲି ରମିଜ୍ ରାଜା କହିଛନ୍ତି।

Ramiz raja

 ରମିଜ୍ ରାଜାଙ୍କ କହିବା ମୁତାବକ ଭାରତୀୟ ବ୍ୟାବସାୟିକ ପ୍ରତିଷ୍ଠାନଗୁଡିକ ଯେଭଳି ଭାବେ କ୍ରିକେଟ୍‌କୁ ପରିଚାଳିତ କରୁଛନ୍ତି ଆଇସିସିର ୯୦ ପ୍ରତିଶତ ରାଜସ୍ବ ଏହି‌ ଦେଶରୁ ଆସୁଛି। ଏହା ଦ୍ବାରା ପାକିସ୍ତାନରେ କ୍ରିକେଟ୍‌ ଭୁଶୁଡ଼ି ପଡ଼ିବାର ବିପଦ ରହିଛି। ସିନେଟ୍‌ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ହାଜର‌ ହେବା ବେଳେ ରମିଜ୍ ଏହିପରି କହିବା ସହ ପିସିବିକୁ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦେଇଥିଲେ।

BCCI

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପିସିବିର ପ୍ରାୟ ୫୦ ପ୍ରତିଶତ ପାଣ୍ଠି ଆଇସିସିରୁ ଆସିଥାଏ‌। ଅନ୍ୟପକ୍ଷରେ ଆଇସିସିର ୯୦ ପ୍ରତିଶତ ରାଜସ୍ୱ ଭାରତରୁ ଆସୁଛି ତେଣୁ ଯଦି କେବେ ଭାରତର ପ୍ରଧାନମନ୍ତ୍ରୀ ପାକିସ୍ତାନକୁ ପାଣ୍ଠି ଯୋଗାଣ ବନ୍ଦ କରିଦେବେ ତେବେ ପିସିବି ଭୁଶୁଡ଼ି ପଡ଼ିବ ବୋଲି ରମିଜ୍ ଆଶଙ୍କା କରୁଛନ୍ତି। ନ୍ୟୁଜିଲାଣ୍ଡ୍‌ ଓ ଇଂଲଣ୍ଡ୍‌ ଦଳ ପାକିସ୍ତାନ ଗସ୍ତରୁ ଓହରଯିବା ପ୍ରସଙ୍ଗରେ ରମିଜ ଆଇସିସିକୁ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ବୋଲି କହିଥିଲେ। ଏଥିସହିତ ପାକିସ୍ତାନ ଗସ୍ତ ପାଇଁ ନ୍ୟୁଜିଲାଣ୍ଡ ଦଳ ନୂଆ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଥିବା ନେଇ ସେ ସୂଚନା ‌ଦେଇଛନ୍ତି।