R ashwin wife says 10 members of family being covid positive
R ashwin wife says 10 members of family being covid positive
R ashwin wife says 10 members of family being covid positive
R ashwin wife says 10 members of family being covid positive

ଅଶ୍ୱିନଙ୍କ ଆଇପିଏଲ୍ କୁ ଅଧାରେ ଛାଡିବାର ନିଷ୍ପତ୍ତି ବିଷୟରେ ପତ୍ନୀ ଟ୍ୱିଟ କରି କହିଲେ କିଛି ଏମିତି, ଦେଖନ୍ତୁ ଟ୍ୱିଟ 

 
ଅଶ୍ୱିନଙ୍କ ଆଇପିଏଲ୍ କୁ ଅଧାରେ ଛାଡିବାର ନିଷ୍ପତ୍ତି ବିଷୟରେ ପତ୍ନୀ ଟ୍ୱିଟ କରି କହିଲେ କିଛି ଏମିତି, ଦେଖନ୍ତୁ ଟ୍ୱିଟ

ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଅଇପିଏଲ କୁ ଅଧାରେ ଛାଡ଼ି ପରିବାର ପାଖକୁ ଆସିବାର ନିଷ୍ପତ୍ତି ବିଷୟରେ ବଡ଼ ଖୁଲାସା କରିଛନ୍ତି ପତ୍ନୀ ପ୍ରୀତି ନାରାୟଣନ୍। ସେ କହିଛନ୍ତି ଯେ ଗତ ସପ୍ତାହରେ ତାଙ୍କ ପରିବାରର ଦଶ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ଏଥିପାଇଁ ଅଶ୍ୱିନଙ୍କ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ କ୍ୟାପିଟାଲସ୍ ର ସ୍ପିନର ଅଶ୍ୱିନ ରବିବାର ଦିନ ଆଇପିଏଲ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରୀତି ଏକ ଟୁଇଟ୍ କରି କହିଛନ୍ତି ଯେ ତାଙ୍କ ପରିବାର ଏକ ବହୁତ ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି।


ସେ କହିଛନ୍ତି, 'ଗୋଟିଏ ସପ୍ତାହରେ ଆମ ପରିବାରର ୬ ଜଣ ବୟସ୍କ ଏବଂ ଚାରି ପିଲା କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ। ଏହି ସପ୍ତାହ ଟି ତାଙ୍କ ଏବଂ ତାଙ୍କ ପରିବାର ପାଇଁ କୌଣସି ଦୁଃସ୍ବପ୍ନ ଠାରୁ କମ୍ ନୁହେଁ, ତେବେ ତିନିଜଣ ଅଭିଭାବକଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ’।


ଏଥିସହିତ କୋଭିଡ ବିପକ୍ଷରେ ଲଢେଇ ର ପ୍ରଥମ ସପ୍ତାହ ବହୁତ କଷ୍ଟଦାୟକ ଥିଲା ଏବଂ ସମସ୍ତେ ସାହାଯ୍ୟ କରୁଥିଲେ ମଧ୍ୟ ଏକୁଟିଆ ରହିବା ବହୁତ କଷ୍ଟଦାୟକ ଥିଲା ବୋଲି କହିଛନ୍ତି ପ୍ରୀତି, ଏଥିସହିତ ସେ ସମସ୍ତଙ୍କୁ ଟୀକାକରଣ କରାଇ ନେବା ଲାଗି ମଧ୍ୟ ଅନୁରୋଧ କରିଛନ୍ତି।

From around the web