ଟି-୨୦ ବିଶ୍ୱକପ ପାଇଁ ଚୟନ ହେବ ଭାରତୀୟ ଟିମ୍, ଏହି ୪ ଷ୍ଟାର ଖେଳାଳିଙ୍କୁ ଅଣଦେଖା କରିପାରନ୍ତି ଚୟନକର୍ତ୍ତା

 
Player

ଚଳିତ ବର୍ଷ ଅକ୍ଟୋବର ୧୪ ତାରିଖରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍। ଏହି ମେଗା ଇଭେଣ୍ଟ ପାଇଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ପରି ଶକ୍ତିଶାଳୀ ଦଳ ନିଜର ଦଳ ଘୋଷଣା କରି ସାରିଥିବା ବେଳେ ଭାରତ ନିଜର ସର୍ବଶ୍ରେଷ୍ଠ ଦଳ ପଠାଇବାକୁ ଅଣ୍ଟା ଭିଡ଼ିଛି। ଆଉ ଦିନେ ଦୁଇ ଦିନ ମଧ୍ୟରେ ୧୫ ଜଣିଆ ଦଳ ପ୍ରକାଶ ପାଇବାକୁ ଥିବାବେଳେ ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି।

ଭାରତୀୟ ଦଳର କିଛି ଖେଳାଳି ବିଶ୍ୱକପ ପାଇଁ ନିଜ ସ୍ଥାନ ପକ୍କା କରିସାରିଥିବା ବେଳେ ଆଉ କିଛି ଖେଳାଳିଙ୍କ ଚୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ, ଆସନ୍ତୁ ଜାଣିବା ଏହିପରି କିଛି ଖେଳାଳି ମାନଙ୍କ ବିଷୟରେ ଯେଉଁ ମାନଙ୍କୁ ଟି-୨୦ ସ୍କ୍ଵାର୍ଡରେ ସ୍ଥାନ ମିଳିବା ମୁସ୍କିଲ ଲାଗୁଛି।

୧. ଶିଖର ଧାଓ୍ଵନ:- ଭାରତର ଷ୍ଟାର ଓପନର ଶିଖର ଧାଓ୍ଵନଙ୍କ ଚୟନକୁ ନେଇ ସନ୍ଦେହ ରହିଛି। ବର୍ତ୍ତମାନ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ଓପନ କରିବାକୁ ମନସ୍ଥ କରିଥିବା ବେଳେ ରୋହିତ ଶର୍ମା ଏବଂ କେ.ଏଲ ରାହୁଲଙ୍କ ଉପସ୍ଥିତି ଯୋଗୁ ଶିଖରଙ୍କ ସ୍ଥାନ ବିପଦରେ ରହିଛି।

Sikhar dhawan

୨. ଶ୍ରେୟସ ଆୟର୍:- ଦଳର ମଧ୍ୟଭାଗରେ ଭଲ ପ୍ରଦର୍ଶନ କରି ଆସୁଥିବା ଶ୍ରେୟସ ଚଳିତ ବର୍ଷ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହୋଇଥିଲେ। ସେବେଠାରୁ ଶ୍ରେୟସ କୌଣସି ପ୍ରକାରର କ୍ରିକେଟ ଖେଳିନଥିବାରୁ ବିଶ୍ୱକପ ପାଇଁ ଦଳରେ ସ୍ଥାନ ପାଇବା କଷ୍ଟକର ହେବ।

Sreyas ayer

୩. କୁଲଦୀପ ଯାଦବ:- ଗତ କିଛି ବର୍ଷ ହେବ କୁଲଦୀପଙ୍କୁ ଖରାପ ଫର୍ମ ହେତୁ ଭାରତୀୟ ଦଳରେ ଚୟନ କରା ଯାଉନାହିଁ। ତାଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦରଙ୍କ ପରି ଖେଳାଳି ଉଭୟ ବ୍ୟାଟ ଏବଂ ବଲରେ ଭଲ ପ୍ରଦର୍ଶନ କରୁଥିବାରୁ। କୁଳଦୀପଙ୍କ ଚୟନକୁ ନେଇ ଆଶଙ୍କା ରହିଛି।

Kuldeep yadav

୪. ଓ୍ଵାଶିଂଟନ ସୁନ୍ଦର:- ଓ୍ଵାଶିଂଟନ ସୁନ୍ଦର ଗତ ଏକ ବର୍ଷ ହେବ ଭଲ ପ୍ରଦର୍ଶନ କରି ଆସୁଛନ୍ତି। କିନ୍ତୁ, ବର୍ତ୍ତମାନ ଚାଲୁ ରହିଥିବା ଇଂଲଣ୍ଡ ଟୁର୍ ରୁ ସେ ଆହତ ହୋଇ ଓହରି ଯାଇଛନ୍ତି। ତେଣୁ ବିଶ୍ୱକପରେ ସ୍ଥାନ ପାଇବାକୁ ହେଲେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଫିଟ ହେବାକୁ ପଡିବ ନିଶ୍ଚିତ।

Washington sundar