WTC ଫାଇନାଲ୍ ରେ ଏହି ୩ ଖେଳାଳିଙ୍କ ଅନୁପସ୍ଥିତି ପାଇଁ ହାରିଲା ଭାରତ! ଏମାନେ ଥିଲେ ହୁଏତ ପରିଣାମ ହୋଇଥାନ୍ତା କିଛି ଭିନ୍ନ

 
World test champion

ଇଂଲଣ୍ଡର ସାଉଥମ୍ପଟନ୍ ଠାରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲ୍ ରେ ଶୋଚନୀୟ ଭାବରେ ପରସ୍ତ ହୋଇଛି ଭାରତ। ଏହି ମ୍ୟାଚର ଅନ୍ତିମ ଦିନରେ ନ୍ୟୁଜିଲ୍ୟାଣ୍ଡକୁ ଭାରତ ମାତ୍ର ୧୩୯ ରନ୍‌ର ଟାର୍ଗେଟ ଦେଇଥିଲା।  ଯାହାକୁ ନ୍ୟୁଜିଲ୍ୟାଣ୍ଡ ସହଜରେ ହାସଲ କରିନେଇଥିଲା। 

ତେବେ ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମାନ ମାନେ ବେପରୁଆ ସଟ୍ ଖେଳି ଆଉଟ୍ ହୋଇଥିବା ବେଳେ ମହମ୍ମଦ ସାମିଙ୍କ ବ୍ୟତୀତ ଅନ୍ୟ ସମସ୍ତ ଧ୍ରୁତ ବୋଲର ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ, ଏପରିକି ଭାରତ ବୋଲିଂର ମୁଖ୍ୟ ଅସ୍ତ୍ର କୁହାଯାଉଥିବା ଯଶପ୍ରୀତ ବୁମ୍ରା ଏହି ମ୍ୟାଚରେ ଗୋଟିଏ ମଧ୍ୟ ୱିକେଟ ହାସଲ କରିପାରିନଥିଲେ। ଏପରି ମୁହୂର୍ତ୍ତରେ ଇଂଲଣ୍ଡର ସ୍ୱିଙ୍ଗ୍ ହେଉଥିବା ଟ୍ରାକରେ ଭାରତ ନିଶ୍ଚିତ ଭାବରେ ଏହି ୩ ଦ୍ରୁତ ବୋଲରଙ୍କୁ ମିସ୍ କରିଥିଲା:-

୧. ଭୁବନେଶ୍ୱର କୁମାର: ସ୍ୱିଙ୍ଗ କିଙ୍ଗ ଭାବରେ ଜଣାଶୁଣା ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କର ଏହି ସମୟରେ ଟିମ୍ ଇଣ୍ଡିଆରେ ଆବଶ୍ୟକ ଥିଲା। ତାଙ୍କର ନୂଆ ବଲକୁ ଉଭୟ ପାର୍ଶ୍ଵରେ ସୁଇଙ୍ଗ କରାଇବାର କ୍ଷମତା ରହିଛି। ତେଣୁ ତାଙ୍କୁ WTC ଫାଇନାଲ ପାଇଁ ଟିମ ଇଣ୍ଡିଆରେ ସାମିଲ ନ କରିବା ନିଶ୍ଚିତ ଭାବରେ ଏକ ଭୁଲ ଥିଲା।

୨. ହାର୍ଦ୍ଦିକ ପାଣ୍ଡ୍ୟା: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡରେ ଉଭୟ ବ୍ୟାଟ୍ ଏବଂ ବଲ୍ ସହିତ ବେସ୍ ପ୍ରଭାବଶାଳୀ ହୋଇପାରିଥାନ୍ତେ। ଏପର୍ଯ୍ୟନ୍ତ ହାର୍ଦ୍ଦିକ ଭାରତ ପାଇଁ ୧୧ ଟି ଟେଷ୍ଟ ମ୍ୟାଚ୍ ଖେଳି ୧୭ ଟି ୱିକେଟ୍ ନେବା ସହ ୩୧.୩ ଅଭରେଜ ସହିତ ୫୧୨ ରନ୍ ସ୍କୋର କରିଛନ୍ତି।

୩. ଦୀପକ ଚହର: ଟିମ୍ ଇଣ୍ଡିଆର ଯୁବ ବୋଲର ଦୀପକ ଚହର ଏପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ କୌଣସି ଟେଷ୍ଟ ମ୍ୟାଚ୍ ଖେଳି ନାହାଁନ୍ତି। କିନ୍ତୁ ଦୀପକ ଚହର ନିଜର ଉତ୍କୃଷ୍ଟ ସୁଇଙ୍ଗ ବୋଲିଂ ପାଇଁ ବେସ୍ ଜଣାଶୁଣା। ଇଂଲଣ୍ଡ ପିଚରେ ଦୀପକଙ୍କ ସୁଇଙ୍ଗ ଭଲ ପ୍ରଭାବ ପକାଇଥାନ୍ତା ବୋଲି ଆଶା କରାଯାଉଥିଲା।