ସୋସିଆଲ ମିଡ଼ିଆ ରେ ଟ୍ରୋଲ୍ ହେବା ପରେ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠି କୁ ଟଙ୍କା ଦାନ କରିବେନି ପ୍ୟାଟ୍ କମିନ୍ସ, କହିଲେ ଭାରତକୁ ମୁ...

 
pat cummins

ଭାରତରେ ବଢୁଥିବା କରୋନା ସଙ୍କଟ ପରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 50,000 ଡଲାର ଦାନ କରିବାକୁ ଘୋଷଣା କରିଥିଲେ, କମିନ୍ସଙ୍କ ନିଷ୍ପତ୍ତି ପରେ ସେ ରାତାରାତି ଭାରତରେ ହିରୋ ହୋଇ ଯାଇଥିଲେ।  ବର୍ତ୍ତମାନ କମିନ୍ସ ତାଙ୍କ ନିଷ୍ପତ୍ତିରେ କିଛି ପରିବର୍ତ୍ତନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ସେ ଆଉ କୌଣସି ଅର୍ଥ ରାଶି ଦାନ କରିବେ ନାହିଁ।

ପ୍ୟାଟ୍ କମିନ୍ସ ତାଙ୍କ ଏହି ନିଷ୍ପତ୍ତିକୁ ସ୍ପଷ୍ଟ କରିବାବେଳେ କହିଛନ୍ତି ଯେ ସେ ଏହି ମହାମାରୀ ସହ ଲଢ଼ିବାକୁ ଭାରତକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି କିନ୍ତୁ ସେ ୟୁନିସେଫ ଅଷ୍ଟ୍ରେଲିଆ ମାଧ୍ୟମରେ ଏହା କରିବେ।

କମିନ୍ସ ଏଥିନେଇ ଏକ ଟ୍ୱିଟ କରି ଜଣାଇଛନ୍ତି ଏବଂ ଟ୍ୱିଟରରେ ଲେଖିଛନ୍ତି ଯେ,"ମୁଁ ନିଷ୍ପତ୍ତି ନେଇଛି ଯେ ୟୁନିସେଫ ଅଷ୍ଟ୍ରେଲିଆ ମାଧ୍ୟମରେ ମୁଁ ଭାରତକୁ ସାହାଯ୍ୟ କରିବି, ଯାହା ବର୍ତ୍ତମାନ ଭାରତରେ ବ୍ୟାପିଥିବା କରୋନା ଭୂତାଣୁ ସଂକ୍ରମଣ ପାଇଁ ପାଣ୍ଠି ସଂଗ୍ରହ କରୁଛି। ଯଦି ଆପଣ ଏହା କରିବାକୁ ସକ୍ଷମ, ତେବେ ଆଗକୁ ଆସନ୍ତୁ ଏବଂ ନିଜ ସାହାଯ୍ୟର ହାତ ବଢାନ୍ତୁ"।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହାପୂର୍ବରୁ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ଭାରତରେ କରୋନା ସଙ୍କଟ ପାଇଁ 50 ହଜାର ଡଲାରର ପ୍ରାରମ୍ଭିକ ସହାୟତା ଘୋଷଣା କରିଥିଲା। କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଥିଲା ଯେ ସେମାନେ ଅଷ୍ଟ୍ରେଲୀୟ କ୍ରିକେଟ୍ ଆସୋସିଏସନ୍ ଏବଂ ୟୁନିସେଫ୍ ଅଷ୍ଟ୍ରେଲିଆ ମାଧ୍ୟମରେ ପାଣ୍ଠି ସଂଗ୍ରହ କରୁଛନ୍ତି ଯାହା ଭାରତର ଏହିପରି ଖରାପ ସମୟରେ ସାହାଯ୍ୟ କରିବା ପାଇଁ ବିନିଯୋଗ କରାଯିବ।