ଆଇପିଏଲ ମଝିରେ ଧୋନୀଙ୍କ ପାଇଁ ଆସିଲା ଖରାପ ଖବର, ଛାଡି ପାରନ୍ତି IPL! କାରଣ ଜାଣି ହେବେ ଦୁଃଖିତ

 
ଆଇପିଏଲ ମଝିରେ ଧୋନୀଙ୍କ ପାଇଁ ଆସିଲା ଖରାପ ଖବର, ଛାଡି ପାରନ୍ତି IPL! କାରଣ ଜାଣି ହେବେ ଦୁଃଖିତ

ବର୍ତ୍ତମାନ ଅଇପିଏଲ ଚାଲିଥିବା ବେଳେ କିନ୍ତୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଆସିଛି ଏକ ବହୁତ ଖରାପ ଖବର। ପ୍ରକୃତରେ ଧୋନୀଙ୍କ ମା ଏବଂ ବାପା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। 

ଧୋନି ବର୍ତ୍ତମାନ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଭାବରେ ଖେଳୁଥିବା ବେଳେ ବୁଧବାର ମହେନ୍ଦ୍ର ସିଂ ଧୋନିଙ୍କ ପିତା ପାନ ସିଂ ଏବଂ ତାଙ୍କ ମାତା ଦେବିକା ଦେବୀଙ୍କୁ ରାଞ୍ଚି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଏକ ଅନୁଯାୟୀ, ଧୋନିଙ୍କ ପିତାମାତାଙ୍କ ଅବସ୍ଥା ସ୍ୱାଭାବିକ ବୋଲି ଡାକ୍ତରମାନେ କହିଛନ୍ତି। ତାଙ୍କର ଅମ୍ଳଜାନ ସ୍ତର ମଧ୍ୟ ଭଲ ଥିବା କଥା କହିଛନ୍ତି ଡାକ୍ତର। ରାଞ୍ଚି ସ୍ଥିତ ପଲ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲ ରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଉଭୟଙ୍କ ସଂକ୍ରମଣ ଏପର୍ଯ୍ୟନ୍ତ ଫୁସଫୁସରେ ପହଞ୍ଚି ନାହିଁ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତେବେ କିଛି ଦିନ ମଧ୍ୟରେ ଉଭୟ ଧୋନିଙ୍କ ମା ଏବଂ ବାପା ସୁସ୍ଥ ଏବଂ ସଂକ୍ରମଣମୁକ୍ତ ହୋଇଯିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ଲକ୍ଷ ୯୫ ହଜାରରୁ ଅଧିକ ନୂଆ ମାମଲା ସାମ୍ନା କୁ ଆସିଛି ଏବଂ ୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଛି। ଏପରି ପରିସ୍ଥିତି ରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏପ୍ରିଲ ୨୨ ସକାଳ ୬:୦୦ ରୁ ଏପ୍ରିଲ ୨୯ ସକାଳ ୬:୦୦ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି।