ଏସିଆ କପ୍ ବୟକଟ୍ କରିବ ପାକିସ୍ତାନ, ଏଥର ଏସିଆ କପ୍‌ରେ ନେବନି ଭାଗ! ଜାଣନ୍ତୁ କାହିଁକି

 
Asia Cup

ଏସିଆ କପ୍ 2023 କୁ ନେଇ ପାକିସ୍ତାନ ପୁଣି ଥରେ ନିଜର କ୍ରୋଧ ପ୍ରଦର୍ଶନ କରିଛି । ଏସିଆ କପ୍‌କୁ ବୟକଟ୍‌ କରିବାକୁ ଧମକ ଦେଇଛି ପାକିସ୍ତାନ । ପ୍ରଥମେ ପାକିସ୍ତାନ ଏସିଆ କପ୍‌ ଆୟୋଜନ କରିବା ପାଇଁ ଅଧିକାର ପାଇଥିଲା । କିନ୍ତୁ BCCI ର ପ୍ରତିବାଦ ପରେ ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟକୁ ଶ୍ରୀଲଙ୍କାରେ ଆୟୋଜନ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । BCCI ଭାରତୀୟ ଟିମକୁ ପାକିସ୍ତାନ ପଠାଇବ ନାହିଁ ବୋଲି ରୋକଠୋକ ମନା କରିବା ପରେ ଇସଲାମାବାଦ ହାତରୁ ଆୟୋଜନ ଅଧିକାର ଖସିଯାଇଛି । ଏହାପୂର୍ବରୁ PCB ODI ବିଶ୍ୱକପରୁ ଓହରିଯିବାକୁ ଧମକ ଦେଇଥିଲା । PCB ରୁ ବାରମ୍ବାର ଆକ୍ରୋଶମୂଳକ ବିବୃତ୍ତି ବାହାରକୁ ଆସୁଛି ।

Asia Cup

ଏହି ନିଷ୍ପତ୍ତିକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ(PCB) ତୀବ୍ର ବିରୋଧ କରିଛି । ଏସିଆ କପ୍‌କୁ ହୋଷ୍ଟ କରିବାର ଦାୟିତ୍ୱ ହାତରୁ ଯିବା ପରେ ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ୍‌କୁ ଏକପ୍ରକାର ଧମକ ଦେଇଛି ପିସିବି । ପିସିବିର ଅଧିକାରୀ କହିଛନ୍ତି ଯେ, ଯଦି ତାଙ୍କ ପ୍ରସ୍ତାବ ଏସିଆନ କ୍ରିକେଟ କାଉନସିଲ(ACC) ଦ୍ୱାରା ଗ୍ରହଣ ନ କରାଯାଏ, ତା’ହେଲେ ପାକିସ୍ତାନ କ୍ରିକେଟ ଟିମ୍‌ ଏସିଆ କପ୍‌କୁ ବୟକଟ କରିବ । କ୍ରିକଇନ୍ଫୋରେ ପ୍ରକାଶିତ ଏକ ଖବର ଅନୁଯାୟୀ ପାକିସ୍ତାନ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ରେ ରମିଜ କହିଛନ୍ତି ଯେ ଯଦି ଭାରତୀୟ ଦଳ ପାକିସ୍ତାନକୁ ଆସନ୍ତି ନାହିଁ, ତେବେ ଆମେ ମଧ୍ୟ ସେଠାକୁ ଯିବୁ ନାହିଁ । ଯଦି ଏସିଆ କପ୍‌ର ଆୟୋଜନ ପାକିସ୍ତାନରୁ ଛଡ଼ାଇ ନିଆଯାଏ, ତେବେ ଆମେ ଏହାକୁ ଛାଡିବାକୁ ବିଚାର କରିବୁ । ପୂର୍ବରୁ ରମଜ ODI ବିଶ୍ୱକପରୁ ଓହରିଯିବାକୁ ଧମକ ଦେଇଥିଲେ ।

ଆହୁରି ପଢନ୍ତୁ :- ଆମକୁ ବେଶ୍ୟା ଭାବନ୍ତି, ମ୍ୟାଚ ପରେ ଖେଳାଳିମାନେ... IPLର ରହସ୍ୟ ଯାହା ଦୁନିଆ ଠାରୁ ଲୁଚାଯାଏ ଖୋଲିଦେଲେ ଏହି ଚିୟରଗାର୍ଲ

Asia Cup

ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ନଜାମ ସେଠୀ ଏସିଆନ କ୍ରିକେଟ କାଉନସିଲର ଅଧିକାରୀମାନଙ୍କୁ ମଙ୍ଗଳବାର ଭେଟିଥିଲେ । ଏହି ସମୟରେ ଏସିଆ କପ୍‌ର ଭେନ୍ୟୁକୁ ଶ୍ରୀଲଙ୍କା ସ୍ଥାନାନ୍ତର ପାଇଁ କରାଯାଉଥିବା ପ୍ରୟାସକୁ ବିରୋଧ କରିଥିଲେ । ପିସିବି ସୂତ୍ରରେ କୁହାଯାଇଛି ଯେ, ଏସିଆନ କ୍ରିକେଟ କାଉନସିଲ ପାକିସ୍ତାନ ଏସିଆ କପ ପାଇଁ ଦେଇଥିବା ହାଇବ୍ରିଡ ମଡେଲ ପ୍ରସ୍ତାବକୁ ଗ୍ରହଣ କରିବା ଦରକାର ବୋଲି ସେଠୀ କହିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ରାଜନୈତିକ ତିକ୍ତତା ଯୋଗୁଁ 2012 ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନ ଥିଲା । ଏଥି ସହିତ ଟିମ୍ ଇଣ୍ଡିଆକୁ ପାକିସ୍ତାନ ଯିବାର ପ୍ରାୟ 14 ବର୍ଷ ହୋଇସାରିଛି । ଶେଷ ଥର ପାଇଁ ଭାରତୀୟ ଦଳ 2008 ରେ ପାକିସ୍ତାନ ଯାଇଥିଲା । ଏହି କାରଣରୁ ଉଭୟ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟରେ ମଧ୍ୟ ତିକ୍ତତା ଜାରି ରହିଛି । ଯଦି ଏଥର ACC ଏହି ପ୍ରସ୍ତାବକୁ ଗ୍ରହଣ ନ କରିବ, ତା’ହେଲେ ପାକିସ୍ତାନ ଏସିଆ କପ୍‌କୁ ବୟକଟ କରିବ ବୋଲି ନିଷ୍ପତ୍ତି ନେଇଥିବା ଏହି ସୂତ୍ରରେ କୁହାଯାଇଛି ।