ଦେଖନ୍ତୁ ଭିଡ଼ିଓ: ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ ଭାଇରାଲ ହେଉଛି CSK ଦଳର ଭିଡ଼ିଓ, ରୋମାଣ୍ଟିକ ହୋଇ ଧୋନିଙ୍କୁ କଣ କହିଥିଲେ ପ୍ରିୟଙ୍କା ?

 
Sayari on dhoni

ଚଳିତବର୍ଷ ଆଇପିଏଲର ଦ୍ଵିତୀୟ ଚରଣ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି। ଦ୍ଵିତୀୟ ଚରଣର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନସ୍ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି। ଦୀର୍ଘ ଦିନର ଅନ୍ତରାଳ ପରେ ଧୋନୀଙ୍କୁ ପଡ଼ିଆରେ ଖେଳୁଥିବାର ଦେଖିବାକୁ ମିଳିବ ଯାହାକୁ ନେଇ ତାଙ୍କ ପ୍ରଶଂସକ ମାନେ ବେସ୍ ଉତ୍ସାହିତ ରହିଛନ୍ତି।

ଏହାରି ଭିତରେ ଧୋନିଙ୍କର ଏକ ପୁରୁଣା ଭିଡ଼ିଓ ଆଉଥରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟିରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଧୋନୀଙ୍କୁ ନେଇ ଏକ ମଜ଼ାଦାର ସାୟରୀ ଶୁଣାଉଥିବା ଦେଖିବାକୁ ମିଳୁଛି। ଧୋନୀଙ୍କ ଅନୁମତି ନେଇ ପ୍ରିୟଙ୍କା କହୁଛନ୍ତି ଯେ," ଈଶ୍ୱରଙ୍କୁ ସାକ୍ଷୀ ରଖି ତୁମେ ତାଙ୍କୁ ବିବାହ କରିଛ, କିନ୍ତୁ ଈଶ୍ୱର ବୋଲି ଭାବି ସାକ୍ଷୀ ତୁମକୁ ବିବାହ କରିଛନ୍ତି"। ଏହି ସାୟରୀ ଦ୍ୱାରା ପ୍ରିୟଙ୍କା ସେତେବେଳେ ସାକ୍ଷୀ ଧୋନିଙ୍କୁ ଟାର୍ଗେଟ କରିଥିଲେ। ତେବେ, ସାୟାରୀଟିକୁ ଶୁଣି ଧୋନି ସେତେବେଳେ ତାଙ୍କ ଚିରାଚରିତ ଢଙ୍ଗରେ ସାମାନ୍ୟ ହସି ଦେଇଥିଲେ।

ଦେଖନ୍ତୁ ଭିଡ଼ିଓ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶନିବାର ଦିନ ଆଇପିଏଲ ଇତିହାସର ସବୁଠାରୁ ଦୁଇ ସଫଳ ଦଳଙ୍କ ମଧ୍ୟରେ ମ୍ୟାଚ ଖେଳାଯିବ। ଉଭୟ ଦଳର ପ୍ରଶଂସକମାନେ ଏହି ମ୍ୟାଚକୁ ନେଇ ଆଶାବାଦୀ ଥିବା ବେଳେ ଧୋନି ଏବଂ ରୋହିତଙ୍କ ଉପରେ ସମସ୍ତଙ୍କର ନଜ଼ର ରହିବ।