କେବଳ ରୋହିତ-କୋହଲି ନୁହେଁ, ଭାରତୀୟ ଦଳରୁ ବିଦା ହେବେ ଏହି ୫ଜଣ ଖେଳାଳି!
ଏବେ ଭାରତୀୟ କ୍ରିକେଟ ଜଗତକୁ ନେଇ ଆସିଛି କିଛି ଖବର । ଭାରତୀୟ କ୍ରିକେଟରମାନଙ୍କ ବିଷୟରେ ଆସୁଥିବା ଖବର ଆପଣମାନେ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ କ୍ରିକେଟର ରୋହିତ ଶର୍ମା, ବିରାଟ କୋହଲି ଏବଂ ଅନ୍ୟାନ୍ୟ କ୍ରିକେଟରଙ୍କୁ ଜାଣିଥିବେ । ଏବେ ତାଙ୍କୁ ନେଇ କିଛି ଖବର ଆସିଛି ବୋଲି ସୂଚନା ମିଳିଛି । ଟିମ୍ ଇଣ୍ଡିଆ ପାଇଁ ଅଷ୍ଟ୍ରେଲିଆ ଯାତ୍ରା ଏକ ଅପ୍ରତ୍ୟାଶିତ ବିଜୟରୁ ଆରମ୍ଭ ହୋଇଥିଲା କିନ୍ତୁ ଶେଷ ଏଭଳି ହେଲା ଯାହା କେବେ କଳ୍ପନା କରିହେବ ନାହିଁ ।
ଏବେ ଖବର ଆସିଛି କି ଟିମ୍ ଇଣ୍ଡିଆ ଟେଷ୍ଟ ବିଶ୍ଵ ଚାମ୍ପିୟାନସିପର ଫାଇନାଲରେ ପ୍ରବେଶ କରିବାରୁ ବଞ୍ଚିତ ରହିଛି । ଟିମ୍ ଇଣ୍ଡିଆର ପରାଜୟ ଅପେକ୍ଷା କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଖେଳ ପ୍ରଦର୍ଶନ ପାଇଁ ନିରାଶା ଦେଖା ଯାଇଛି । କାରଣ ସେମାନେ ଏହି ସିରିଜରେ କୌଣସି ଗୁରୁତ୍ଵପୂର୍ଣ୍ଣ ଯୋଗଦାନ କରି ନାହାନ୍ତି । ବର୍ତ୍ତମାନ ସମୟରେ ତାଙ୍କ ଖେଳ ପାଇଁ ପରବର୍ତ୍ତୀ ସିଜିନରେ ତାଙ୍କର ଖେଳିବା କଷ୍ଟକର ଅଟେ । ବର୍ତ୍ତମାନ ଟିମ୍ ଭାରତ ଚାମ୍ପିୟାନ ଟ୍ରଫି ଉପରେ ନଜର ରଖିଛି ।
ଜୁନ ମାସ ୨୦୨୫ ମସିହାରେ ଟେଷ୍ଟ କ୍ରିକେଟକୁ ଭାରତ ଫେରିବ ବୋଲି ସୂଚନା ମିଳିଛି । ଭାରତୀୟ ଦଳକୁ ଇଂଲଣ୍ଡରେ ୫ଟି ମ୍ୟାଚ୍ ଖେଳିବାକୁ ପଡ଼ିବ । ଆସନ୍ତା ୬ ମାସ ମଧ୍ୟରେ ଟିମ୍ ଇଣ୍ଡିଆରେ କୌଣସି ପରିବର୍ତ୍ତନ ହେବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଯଦି ଖେଳାଳୀମାନଙ୍କର ଖେଳ ପ୍ରଦର୍ଶନ ଏବଂ ଆବଶ୍ୟକତାକୁ ଦେଖିଲେ ଲାଗୁଛି କି ବିରାଟ କୋହଲି ଏବଂ ରୋହିତ ଶର୍ମା ଏବଂ ତାଙ୍କ ସହିତ ଆଉ ୫ ଜଣ ଖେଳାଳୀ ପରବର୍ତ୍ତୀ ସିରିଜରୁ ବାହାରି ଯାଇପାରନ୍ତି । ୬ ମାସ ପୂର୍ବରୁ ଟି ୨୦ ବିଶ୍ଵକପ ଖେଳରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଭଲ ଖେଳ ଖେଳିନଥିଲେ ।
ସେ ବଙ୍ଗଳାଦେଶ, ନ୍ୟୁଜଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ଗୋଟିଏ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଏଭଳି ଖେଳ ଖେଳିବା ପରେ ତାଙ୍କ ଖେଳ କ୍ୟାରିଅର ଶେଷ ହୋଇଯିବ ବୋଲି ସୂଚନା ମିଳିଛି । ରୋହିତ ଶର୍ମାଙ୍କ ସହିତ ଅନେକ ଖେଳାଳୀ ଯଥା ବିରାଟ କୋହଲି, ରବୀନ୍ଦ୍ର ଜାଡେଜା , ହର୍ଶିତ ରାଣା ଏବଂ ଅଭିମନ୍ୟୁ ଇଶ୍ଵରିନ ଭଲ ଖେଳ ପ୍ରଦର୍ଶନ କରିନଥିଲେ । ତାଙ୍କ ଠାରୁ ଯେତିକି ଆଶା ରଖିଥିଲେ ଭାରତବାସୀ ସେହି ହିସାବରେ ସେ ଖେଳ ଖେଳି ନଥିଲେ ସେଥିପାଇଁ ପରବର୍ତ୍ତୀ ସିରିଜରେ ସେମାନେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି ।