IPL 2021:ସନରାଇଜର୍ସ ହାଇଦ୍ରାବାଦ କୁ ଲାଗିଲା ବଡ଼ ଝଟକା, ଆହତ ହୋଇ ପୁରା ଟୁର୍ଣ୍ଣାମେଣ୍ଟ ରୁ ବାଦ୍ ପଡିଲେ ଏହି ଭାରତୀୟ ଷ୍ଟାର ଖେଳାଳି…..

 
IPL 2021:ସନରାଇଜର୍ସ ହାଇଦ୍ରାବାଦ କୁ ଲାଗିଲା ବଡ଼ ଝଟକା, ଆହତ ହୋଇ ପୁରା ଟୁର୍ଣ୍ଣାମେଣ୍ଟ ରୁ ବାଦ୍ ପଡିଲେ ଏହି ଭାରତୀୟ ଷ୍ଟାର ଖେଳାଳି…..

ଚଳିତ ବର୍ଷ ଆଇପିଏଲରେ ପ୍ରଥମ କେତୋଟି ମ୍ୟାଚ ହାରିବା ପରେ ପୁଣି ବିଜୟ ପଥକୁ ଫେରିଛି ସନରାଇଜର୍ସ ହାଇଦ୍ରାବାଦ। କିନ୍ତୁ ଏବେ ଏହି ଦଳକୁ ଲାଗିଛି ଏକ ବଡ଼ ଝଟକା, ଆଘାତ ଜନିତ ସମସ୍ୟା ଯୋଗୁ ଦଳର ପ୍ରମୁଖ ଦ୍ରୁତ ବୋଲର ଟି ନାଟାରାଜନ ପୁରା ଟୁର୍ନାମେଣ୍ଟରୁ ବାଦ୍ ପଡିଛନ୍ତି। ଚଳିତ ବର୍ଷ ଆଇପିଏଲରେ ନଟରାଜନ କେବଳ ଦୁଇଟି ମ୍ୟାଚ୍ ଖେଳିଥିଲେ। ଶେଷ ମ୍ୟାଚ ସେ ଏପ୍ରିଲ ୧୧ ତାରିଖରେ କୋଲକାତା ବିପକ୍ଷରେ ଖେଳିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ପ୍ରଦର୍ଶନ ଭଲ ରହିନାହିଁ। ହାଇଦ୍ରାବାଦ ଦଳ ଆଇପିଏଲ୍ ୧୪ ରେ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ଗୋଟିଏରେ ଜିତି ଥିବା ବେଳେ ଅନ୍ୟ ତିନୋଟିରେ ପରାଜୟ ବରଣ କରିଛି, ତେଣୁ ପ୍ରମୁଖ ଫାଷ୍ଟ ବୋଲର ଟି.ନାଟାରାଜନଙ୍କ ଅନୁପସ୍ଥିତି ଦଳକୁ ଅସୁବିଧାରେ ପକାଇ ପରେ ବୋଲି ଅନୁମାନ କରାଯାଉଛି।

ନିକଟରେ ସେ ଜାତୀୟ କ୍ରିକେଟ୍ ଏକାଡେମୀରେ ଆଣ୍ଠୁ ଜନିତ ସମସ୍ୟା ର ଚିକିତ୍ସା କରିବା ପରେ ନଟରାଜନ ଦଳରେ ଯୋଗ ଦେଇଥିଲେ।  ସେଥିପାଇଁ ସେ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଚାରିଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳି ପାରି ନଥିଲେ। ତେବେ ଏପର୍ଯ୍ୟନ୍ତ ତାଙ୍କ ବଦଳ ଖେଳାଳି ଭାବରେ କୌଣସି ନାମ ହାଇଦ୍ରାବାଦ ଦଳ ପ୍ରକାଶ କରିନାହିଁ।