IPL 2021: ଚେନ୍ନାଇ ବିପକ୍ଷରେ ହାରିବାକୁ ନେଇ ମୋର୍ଗାନ ଏବଂ ରସେଲ୍ ଙ୍କ ବଡ଼ ବୟାନ,କହିଲେ, ଏହି ଖେଳାଳିମାନଙ୍କ ପାଇଁ ହାରିଗଲୁ ମ୍ୟାଚ

 
IPL 2021: ଚେନ୍ନାଇ ବିପକ୍ଷରେ ହାରିବାକୁ ନେଇ ମୋର୍ଗାନ ଏବଂ ରସେଲ୍ ଙ୍କ ବଡ଼ ବୟାନ,କହିଲେ, ଏହି ଖେଳାଳିମାନଙ୍କ ପାଇଁ ହାରିଗଲୁ ମ୍ୟାଚ

ଆଇପିଏଲ୍ ୨୦୨୧ ର ୧୫ ତମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗସ୍ କୋଲକାତା ନାଇଟ୍ ରାଇଡର୍ସକୁ ୧୮ ରନ୍ ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୦ ରନ୍ ସଂଗ୍ରହ କରିଥିଲା। ଏହାପରେ ୨୨୧ ରନ୍ ର ଏକ ବଡ ଲକ୍ଷ୍ୟକୁ ପିଛା କରି କେକେଆର୍ ୨୦୨ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା।

ତେବେ ଏହି ମ୍ୟାଚ ହାରିବା କୁ ନେଇ କେକେଆର୍ ଅଧିନାୟକ ଇଏନ୍ ମୋର୍ଗାନ୍ ଏବଂ ଆଣ୍ଡ୍ରେ ରସେଲ ମୁହଁ ଖୋଲିଛନ୍ତି। ସେମାନେ ଏହି ମ୍ୟାଚରେ ହାରିବାକୁ ନେଇ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମାନଙ୍କୁ ଦାୟୀ କରିଛନ୍ତି। ପ୍ରକୃତରେ ନିଜ ଇଂନିଂସ ର ପ୍ରଥମ ୬ ଓଭର କେକେଆର୍ ପାଇଁ ବହୁତ ଖରାପ ସାବ୍ୟସ୍ତ ହୋଇଥିଲା।

ଏକଦା କୋଲକାତା ଦଳ ୬ ଓଭର ଭିତରେ ନିଜର ପ୍ରଥମ ପାଞ୍ଚଟି ୱିକେଟ ହରାଇ ଏକ ଲଜ୍ଜାଜନକ ପରାଜୟ ଆଡକୁ ଗତି କରୁଥିବା ବେଳେ ରସେଲ୍, କାର୍ତିକ ଏବଂ ପ୍ୟାଟ କମିନ୍ସଙ୍କ ବିସ୍ଫୋରକ ଇଂନିଂସ ବଳରେ ଏତେ ଭଲ ଟକ୍କର ଦେଇ ପାରିଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ମ୍ୟାଚ୍‌ରେ ଦୀନେଶ କାର୍ତ୍ତିକ ୨୪ ବଲରୁ ୪୦ ରନ୍, ଆଣ୍ଡ୍ରେ ରସେଲ୍ ୨୨ ବଲରୁ ୫୪ ରନ୍ ଏବଂ ପ୍ୟାଟ୍ କମିନ୍ସ ୩୪ ବଲରୁ ୬୬ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଦଳର ପ୍ରାଥମିକ ବ୍ୟାଟ୍ସମାନ ମାନେ ରନ୍ ନ କରିବାରୁ ମ୍ୟାଚରେ ଆମେ ହାରିଗଲୁ ବୋଲି କହିଛନ୍ତି ଆଣ୍ଡ୍ରେ ରସେଲ୍।