ଭାରତ-ଇଂଲଣ୍ଡ ସିରିଜ଼ କୁ ନେଇ ମଣ୍ଟି ପାନସରଙ୍କ ଭବିଷ୍ୟବାଣୀ କହିଲେ," ୫-୦ ବ୍ୟବଧାନରେ ଜିତିବ ଏହି ଦଳ…..

 
Monty panesar

ଆସନ୍ତା ମାସ ୧୮ ତାରିଖରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବାକୁ ଯାଉଛି। ଏଥିପାଇଁ ଦଳ ଆଉ ଅଳ୍ପ କିଛି ଦିନ ପରେ ମୁମ୍ବାଇରୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ଏହି ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ଆୟୋଜକ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ଼ ଖେଳିବାର କାର୍ଯ୍ୟକ୍ରମ ରହିଛି। ଇଂଲଣ୍ଡକୁ ନିଜ ଘରୋଇ ମାଟିରେ ପରାସ୍ତ କରିବା କାଠିକର ପାଠ ହୋଇଥିବା ବେଳେ ଏହି ସିରିଜ଼ ଜିତିବାକୁ ଭାରତ ସକ୍ଷମ ବୋଲି ମତ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ସ୍ପିନର ମଣ୍ଟି ପନେସର୍।

ଆସନ୍ତା ମାସ ଜୁନ୍ ୨ ତାରିଖରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ। ଏହି ଇଂଲଣ୍ଡ ଗସ୍ତରେ ଘରୋଇ ଟିମ ବିରୁଦ୍ଧରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଥିବା ଟିମ୍ ଇଣ୍ଡିଆକୁ ନେଇ ପୂର୍ବତନ ଇଂରାଜୀ ସ୍ପିନର ମଣ୍ଟି ପାନେସର ଭାରତ ଏହି ସିରିଜକୁ ୫-୦ ରେ ଏକତରଫା ଜିତିବ ବୋଲି ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। 

ପାନେସର କହିଛନ୍ତି ଯେ, "ଯଦି ଅଗଷ୍ଟରେ ୱିକେଟ୍ ଟର୍ନ୍ ହୁଏ ତେବେ ଭାରତକୁ ୫-୦ ସିରିଜ୍ ଜିତିବାର ସୁଯୋଗ ରହିଛି।  ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ମୁଁ ଏକ ସବୁଜ ପିଚ୍ ଆଶା କରୁଛି, ଯାହା ଆମକୁ ଇଂଲଣ୍ଡ କ୍ରିକେଟ୍ ର ଗଭୀରତା ବିଷୟରେ ଧାରଣା ଦେଇପାରିବ।  ଅଗଷ୍ଟରେ, ମୁଁ ଆଶା କରୁଛି ପିଚ୍ ଶୁଖିଯିବ ଏବଂ ଯଦି ତାହା ହୁଏ ତେବେ ଏହା ଭାରତ ସପକ୍ଷରେ ରହିବ।

ଅଗଷ୍ଟ ମାସରେ ଏଠାକାର ତାପମାତ୍ରା ବଢ଼ିଥାଏ ତେଣୁ ପିଚ ଶୁଖିଯିବା ସହ ସ୍ପିନରମାନଙ୍କୁ ସହାୟତା କରିବ ଏବଂ ଯଦି ଏପରି ହୁଏ ତେବେ ଭାରତୀୟ ସ୍ପିନରମାନେ ଏହି ମ୍ୟାଚରେ ପ୍ରଭାବ ବିସ୍ତାର କରିବେ ଏବଂ ଭାରତ ପାଖରେ ସିରିଜକୁ ୫-୦ ରେ ଜିତିବାର ସୁଯୋଗ ରହିବ।

ଏଥିସହିତ ପାନେସର ଏହା ମଧ୍ୟ କହିଛନ୍ତି ଯେ ଇଂଲଣ୍ଡର ବ୍ୟାଟିଂ ଦୁର୍ବଳ ରହିଛି ଏବଂ ସେହି କ୍ଷେତ୍ରରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଙ୍କ ଉପରେ ଅଧିକ ନିର୍ଭର କରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଦଳ ବର୍ତ୍ତମାନ ଭଲ ଫର୍ମରେ ରହିଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ରେ ୨-୧ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ସିରିଜ୍ ଜିତିଥିଲା।  କେବଳ ଏତିକି ନୁହେଁ, ଏହି ସିରିଜ୍ ଜିତିବା ପରେ ଭାରତ ଘରୋଇ ସିରିଜରେ ଇଂଲଣ୍ଡକୁ ୩-୧ରେ ପରାସ୍ତ କରିଥିଲା।