ପନ୍ତଙ୍କ ଉପରେ ହେବ ଟଙ୍କା ବର୍ଷା, IPLର ସବୁଠାରୁ ହେବେ ଦାମୀ ଖେଳାଳି, ଜାଣନ୍ତୁ କେମିତି

 
Pant

ଇରଫାନ୍ ଆଇପିଏଲ୍ ୨୦୨୫ ନିଲାମକୁ ନେଇ ଭବିଷ୍ୟବାଣୀ କରିବା ସହିତ ସବୁଠୁ ଦାମୀ ଖେଳାଳି କିଏ ତାହା ମଧ୍ୟ ଜଣାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ସେୟାର କରି ଇର୍ଫାନ ଏହି ଭବିଷ୍ୟବାଣୀ କରିଛନ୍ତି। ପୂର୍ବ ଆଇପିଏଲ୍ ନିଲାମରେ ମିଚେଲ ଷ୍ଟାର୍କଙ୍କୁ ଆଇପିଏଲ୍ ଦଳ କେକେଆର ୨୪.୭୫ ଫୁଟରେ କିଣିଥିଲା। 

ଏହାପରେ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ପାଲଟିଥିଲେ ମିଚେଲ୍। ବର୍ତମାନ ଆଇପିଏଲ୍ ୨୦୨୫ ପାଇଁ ମେଗା ନିଲାମ ଆରମ୍ଭ ହେବାକୁ ଯାଉଛି। ଏହା ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ଇର୍ଫାନ ନିଜର ପ୍ରତିକ୍ରିୟା ରଖିଛନ୍ତି ଯେ, "ଇର୍ଫାନ ତାଙ୍କ ପୋଷ୍ଟରେ ସ୍ବୀକାର କରିଛନ୍ତି ଆଇପିଏଲ ୨୦୨୫ ପାଇଁ ହେବାକୁ ଥିବା ଲିନାମରେ ରିଶବ୍ ପନ୍ଥ ଉପରେ ଟଙ୍କା ବର୍ଷା ହେବ ଏବଂ ସେ ମିଚେଲ ଷ୍ଟାର୍କଙ୍କ ରେକର୍ଡ଼ ଭାଙ୍ଗିବେ"। 

Pant

ଇର୍ଫାନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି କି "ମିଚେଲ ଷ୍ଟାର୍କଙ୍କ ନିଲାମ ରେକର୍ଡ଼ ବିପଦରେ ଅଛି। ରୀଶବ୍ ପନ୍ଥ ଏହାକୁ ଭାଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି। ଇର୍ଫାନଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ରିଶବ ପନ୍ଥ ନିଜେ ସୁନିଲ ଗାଭାସ୍କର ଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରିଶବ ପନ୍ଥ ନିଲାମ ବିଷୟରେ କିଛି କହି ନାହାଁନ୍ତି। କିନ୍ତୁ ଏଥର ନିରବତା ଭାଙ୍ଗିଛନ୍ତି। 

ଏକ୍ସରେ ସେୟାର ହେଇଥିବା ଭିଡିଓରେ ପନ୍ଥ ଲେଖିଛନ୍ତି ଯେ, "ମୁ ନିଶ୍ଚିନ୍ତ ଭାବରେ କହୁଛି ମୋର ରିଟନ୍ସ ଟଙ୍କାକୁ ନେଇ ନୁହେଁ ରିଶବ ପନ୍ଥ ୨୦୧୬ରୁ ଆଇପିଏଲରେ ଖେଳୁଛନ୍ତି। ସେ ବର୍ତ୍ତମାନର ଦିଲ୍ଲୀ କ୍ୟାପଟେନ ପାଇଁ ଡେଭିୟୁ କରିଥିଲେ। ସେବେଠାରୁ ପନ୍ଥ ପ୍ରତ୍ୟେକ ନିଲାମରେ ଦିଲ୍ଲୀ ସହିତ ରହିଥିଲେ। ୨୦୨୧ରେ ପନ୍ଥଙ୍କର କାର ଦୁର୍ଘଟଣା ହେତୁ ଗୋଟିଏ ସିଜିନ୍ ଆଇପିଏଲରୁ ବାଦ ପଡ଼ିବା ପରେ ମଧ୍ୟ ଇର୍ଫାନ ରିଶବଙ୍କୁ ରିଟେନ କରିଥିଲା।