ବିଶ୍ୱକପରେ ଟିମ ଇଣ୍ଡିଆ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଏମ୍ ଏସ୍ ଧୋନି, କହିଦେଲେ ଏମିତି କଥା

 
Dhoni
ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଟିମ୍ କୁ ନେଇ ମୁହଁ ଖୋଲିଲେ ମାହି । କହିଲେ ପ୍ରଶଂସା ଓ ଶୁଭେଚ୍ଛାର ବାର୍ତ୍ତା । ଟିମ୍ ର ଶ୍ରେୟ ଦେଲେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ । ତେନ୍ଦୁଲକରଙ୍କ ପରେ ଦଳରେ ଏବେ ପୂର୍ବ ଅବସ୍ଥା ବଜାୟ ରଖିଛନ୍ତି ବିରାଟ କୋହଲି । 

Dhoni rohit

ଭାରତ ଚଳିତ ବିଶ୍ଵ କପ୍ ହାତେଇବା ପାଇଁ ବେଶ୍ ଆଗ୍ରହୀ ରହିଛି । କାରଣ ଭାରତ ଶେଷ ଥର ପାଇଁ ୨୦୧୩ ରେ ବିଶ୍ଵ କପ୍ ହାତେଇ ଥିଲା । ତା ପର ଠାରୁ ମଇଦାନ ପୁରା ଖାଲି ପଡ଼ିଛି । ଏ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମ୍ ୫ ଟି ଖେଳି ସାରିଛି । ଉକ୍ତ ୫ ଟି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ୧୦ ହାସଲ କରିଛି । ଦଳ ଏବେ ସ୍କୋର ବୋର୍ଡର ପ୍ରଥମ ସ୍ଥାନରେ ରହିଛି ।

ଦଳ ଯଦି ଆଉ ଗୋଟିଏ ମ୍ୟାଚ ଜିତି ଯାଏ ଭାରତୀୟ କ୍ରିକେଟ ଟିମ୍ ସେମି ଫାଇନାଲ ଖେଳିବା ପାଇଁ ଉପଯୁକ୍ତ ଦଳ ବୋଲି ସାବ୍ୟସ୍ତ ହୋଇଯିବ । ତେବେ ଏ ନେଇ ମାହୀ କହିଛନ୍ତି ରୋହିତ ଶର୍ମାଙ୍କ ତତ୍ତ୍ଵାବଧାନରେ ଦଳ ଚଳିତ ବର୍ଷ ବେଶ୍ ଭଲ ପ୍ରଦର୍ଶନ କରିଛି ।

ଟିମ୍ ର ଅବସ୍ଥା ବର୍ତ୍ତମାନ ବେଶ୍ ଭଲ ରହିଛି। ଟିମ୍ ମଧ୍ୟରେ ଏକତା ମଧ୍ୟ ରହିଛି । ଆଉ ଅଧିକ କିଛି କହିବା ଭଲ ହେବ ନାହିଁ। ବୁଝିବା ଲୋକ ଆପେ ବୁଝିଯିବ।

Team india

ନିଜ କ୍ରିକେଟ କ୍ୟାରିଅର କୁ ନେଇ ମଧ୍ୟ ଖୁଲାସା କରିଛନ୍ତି ଧୋନି । ଆଇପିଏଲ ୨୦୨୪ ମସିହାରେ ଧୋନି ଖେଳିବେକି ନାହିଁ ଏହାକୁ ନେଇ ଦର୍ଶକ ଦ୍ବନ୍ଦରେ ଥିବା ବେଳେ ଏହାକୁ ସ୍ପଷ୍ଟ କରିଛନ୍ତି ମାହି । ମାହି କହିଛନ୍ତି ୨୦୨୩ ଭଳି ୨୦୨୪ ରେ ମଧ୍ୟ ସେ ମଇଦାନକୁ ଓହ୍ଲାଇବେ। ଏଥର ମଧ୍ୟ ପୂର୍ବ ଭଳି ସେ ଚେନ୍ନାଇ ସୁପର କିଙ୍ଗସ୍ ତରଫରୁ ହିଁ ଖେଳିବାକୁ ଯାଉଛନ୍ତି ।