ଦେଖନ୍ତୁ ଭିଡ଼ିଓ: ମଣିଷକୁ ମାନବିକତା ଶିଖାଇଲା କୁକୁର!! ବୁଡିଯାଉଥିବା ସାଥିକୁ ବଞ୍ଚାଇବାର ଏହି ଦୃଶ୍ୟକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ….

 
ଦେଖନ୍ତୁ ଭିଡ଼ିଓ: ମଣିଷକୁ ମାନବିକତା ଶିଖାଇଲା କୁକୁର!! ବୁଡିଯାଉଥିବା ସାଥିକୁ ବଞ୍ଚାଇବାର ଏହି ଦୃଶ୍ୟକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ….

କୁହାଯାଏ ଛୋଟ ହେଉ କି ବଡ଼, ମଣିଷ ହୁଅନ୍ତୁ କି କୌଣସି ପଶୁ ସମସ୍ତଙ୍କ ଠାରୁ ଆମକୁ କିଛି ନା କିଛି ଶିଖିବାକୁ ମିଳିଥାଏ। ଏବେ ଏଭଳି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଥିରୁ ସତରେ ମଣିଷକୁ ଦୁଇଟି କୁକୁରଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିବ।

ଏହି ଭିଡ଼ିଓ ଟିରେ ଗୋଟିଏ କୁକୁର ପାଣିରେ ପଡିଯାଉଥିବା ଦେଖି କିପରି ଆଉ ଏକ କୁକୁର ଅକ୍ଲାନ୍ତ ପରିଶ୍ରମ କରି ତାର ସାଥୀର ଜୀବନ ବଞ୍ଚାଉଛି ତାହା କେବଳ ନିଜ ଆଖିରେ ହିଁ ଦେଖିଲେ ବିଶ୍ୱାସ କରିହେବ। ଏହି ଭିଡ଼ିଓ ଟି ରାକ୍ସ ଚାପମାନ ନାମକ ଜଣେ ବ୍ୟକ୍ତିଙ୍କ ଦ୍ଵାରା ଟ୍ୱିଟରରେ ସେୟାର କରାଯାଇଛି। ଏହି ଘଟଣାଟି ଏକ ଘର ବାହାରେ ଥିବା ସ୍ୱିମିଙ୍ଗ ପୁଲ୍ ରେ ଘଟିଥିବା ବେଳେ ଏହାର ପୁରା ଦୃଶ୍ୟ ଏକ ସିକ୍ୟୁରିଟି କ୍ୟାମେରାରେ କଏଦ୍ ହୋଇଛି।

ଏହି ଭିଡ଼ିଓ ରେ ପ୍ରଥମେ ଏକ ଧଳା ରଙ୍ଗର କୁକୁର ପୁଲ୍ ଦେଇ ଯାଉଥିବା ବେଳେ ପାଣିରେ ପଡିଯାଉଛି। ତେବେ ବାରମ୍ବାର ପ୍ରୟାସ କରିଲା ପରେ ମଧ୍ୟ ସେ ସେଠାରୁ ବାହାରି ପାରୁନାହିଁ। କିନ୍ତୁ ଏହା ପରେ ଏକ କଳା ଲବ୍ରାଡର୍ ସେଠାକୁ ଆସି ତାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ପ୍ରାୟ ଅଧ ଘଣ୍ଟାର ପ୍ରୟାସ ପରେ କୁକୁରଟିକୁ ବଞ୍ଚାଇବାରେ ସଫଳ ହେଉଛି ଏହି ଲାବ୍ରାଡଡ଼ର୍।


ତେବେ ସୂଚନା ଅନୁଯାୟୀ, ଏହି ଭିଡିଓ ଦକ୍ଷିଣ ଆଫ୍ରିକାର ବକ୍ସବର୍ଗ ସହରରୁ ଆସିଛି। ଉଦ୍ଧାର କରୁଥିବା କୁକୁର ର ନାମ ଜେସି ହୋଇଥିବା ବେଳେ, ସୁଇମିଂ ପୁଲରେ ଫସି ରହିଥିବା, କୁକୁରର ନାମ ଚକି ବୋଲି ଜଣା ପଡ଼ିଛି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଭିଡିଓଟିକୁ ୨୯ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବା ବେଳେ ଏହା ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି।