ଅଷ୍ଟ୍ରେଲିଆର ୧୯ ବର୍ଷୀୟ ଖେଳାଳୀକୁ ଧକ୍କା ମାରି ଫସିଲେ କୋହଲୀ, ପରେ ମୁହଁ ଖୋଲି ମାଗିଲେ କ୍ଷମା, ଜାଣନ୍ତୁ କଣ କହିଲେ

 
Kohli konstras

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା ହୋଇଥିଲା। ଏଥିପାଇଁ ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବାକୁ ଆଗକୁ ଆସିବାକୁ ପଡିଲା। ବର୍ତ୍ତମାନ ଆଇସିସି କନଷ୍ଟାସଙ୍କୁ ତାଙ୍କ ମ୍ୟାଚ ଫି'ର ୨୦ ପ୍ରତିଶତ ଜୋରିମନା ଲଗାଇଛି।

ପୂରା ଘଟଣା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟରେ ଘଟିଛି। ୪ର୍ଥ ମ୍ୟାଚ୍ର ପ୍ରଥମ ଦିନର ପ୍ରଥମ ସେସନ୍ସରେ ବିରାଟ କୋହଲି ନିଜରେ ଆଗ୍ରେସନ ଦେଖାଇ ଅଷ୍ଟ୍ରେଲିଆ ପାଇଁ ମାତ୍ର ୧୯ ବର୍ଷ ବୟସରେ ଡେବ୍ୟୁ କରିଥିବା ସାମ କୋନଷ୍ଟାସଙ୍କୁ ଜାଣିଶୁଣି କାନ୍ଧରେ ଧକ୍କା ମାରିଥିଲେ। ଏହାକୁ ନେଇ ପଡ଼ିଆ ମଧ୍ୟରେ ବେଶ ଡ୍ରାମା ଦେଖିବାକୁ ମିଳିଥିଲା।

Kohli konstras

ବିରାଟଙ୍କ ଭଳି ଜଣେ ସିନିୟର ଖେଳାଳି କୋନଷ୍ଟାସଙ୍କ ଭଳି ଜଣେ ଡେବ୍ୟୁଟାଣ୍ଟ ପ୍ରତି ଏପରି ଆଚରଣ ପ୍ରଦର୍ଶନ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ପ୍ରଥମ ଦିନର ଖେଳ ଶେଷ ହେବା ପରେ ମ୍ୟାଚ୍ ରେଫରୀ ଆଣ୍ଡି ପୟକ୍ରୋଫ୍ଟ ଘଟଣାକୁ ଗୁରୁତ୍ୱର ସହ ନେଇଥିଲେ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବିରାଟ କୋହଲି କହିଛନ୍ତି, 'ମୁଁ ସ୍ୱୀକାର କରୁଛି, ଶେଷ ଦୁଇ-ତିନି ଇନିଂସ ମୁଁ ଚାହୁଁଥିବା ଭଳି ହୋଇନଥିଲା। ପିଚ୍ ରେ ରହିବା ପାଇଁ ମୁଁ ଶୃଙ୍ଖଳା ଦେଖାଇ ନଥିଲି। ଏହା ହିଁ ଟେଷ୍ଟ କ୍ରିକେଟର ଅସଲ ଚ୍ୟାଲେଞ୍ଜ । ପୂର୍ବ ଗସ୍ତ ତୁଳନାରେ ଏଥର ଅଷ୍ଟ୍ରେଲିଆର ପିଚ୍ ଦ୍ରୁତ ଓ ବାଉନ୍ସି ହୋଇଥିବାରୁ ଏଠାରେ ଭିନ୍ନ ଆଭିମୁଖ୍ୟର ଆବଶ୍ୟକତା ରହିଛି। କିନ୍ତୁ ଭିନ୍ନ ଭିନ୍ନ ପରିସ୍ଥିତିରେ ଭଲ ପ୍ରଦର୍ଶନ କରିବା ହିଁ ଅସଲ ଖେଳ।

ସୁନୀଲ ଗାଭାସ୍କର କହିଛନ୍ତି ଏ ଭଳି ଘଟଣା ଏଡାଇଦେବା ଜଣେ ଖେଳାଳିଙ୍କ ପାଇଁ ବୁଦ୍ଧିମାନର କାମ । ଆପଣ କୌଣସି ବ୍ୟସ୍ତ ସଡକରେ ଯାଉ ନାହାନ୍ତି । ଜଣେ ହଟିଗଲେ ଛୋଟ ହୋଇ ଯିବନି ବୋଲି ସେ କହିଛନ୍ତି । ଏବେ ଏହି ଦୁଇ ଖେଳାଳିଙ୍କ ବିରୋଧରେ ଆଇସିସି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସେଥିପ୍ରତି ସମସ୍ତଙ୍କ ନଜର ରହବ । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ସିଧାସଳଖ କୋହଲିଙ୍କୁ ଦାୟୀ କରିଛନ୍ତି । ଜଣେ ଅନୂଭବୀ ଖେଳାଳିଙ୍କ ନିକଟରେ ଏ ପରି କାର୍ଯ୍ୟ ଶୋଭନୀୟ ନୁହେଁ ।