IPL 2021: CSK ଠାରୁ ହାରିବା ପରେ ଏବେ କୋହଲିଙ୍କ ଉପରେ ଆସିଲା ବଡ଼ ବିପଦ, ଏହି କାରଣ ରୁ ଆଗାମୀ ମ୍ୟାଚରୁ ବ୍ୟାନ୍ ହୋଇପାରନ୍ତି ବିରାଟ….

 
IPL 2021: CSK ଠାରୁ ହାରିବା ପରେ ଏବେ କୋହଲିଙ୍କ ଉପରେ ଆସିଲା ବଡ଼ ବିପଦ, ଏହି କାରଣ ରୁ ଆଗାମୀ ମ୍ୟାଚରୁ ବ୍ୟାନ୍ ହୋଇପାରନ୍ତି ବିରାଟ….

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ମ୍ୟାଚ୍ ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କୁ ମନ୍ଥର ଓଭର ହାର ପାଇଁ ଜରିମାନା କରାଯାଇଛି। ଆଇପିଏଲ୍ ଆଚରଣ ସଂହିତା ଅଧୀନରେ ଧୀମା ଓଭର ରେଟ୍ ପାଇଁ ଆରସିବି ର ଏହି ସିଜ଼ନ ରେ ଏହା ପ୍ରଥମ ଅପରାଧ ଥିଲା ଏବଂ ଏଥିପାଇଁ କୋହଲିଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ବର୍ତ୍ତମାନର ନୂଆ ନିୟମ ଅନୁଯାୟୀ ଦୂତୀୟ ଥର ଏପରି ଭୁଲ ହେଲେ ଆହୁରି ଅଧିକ ଅର୍ଥ ଦଣ୍ଡ ସହ ପରବର୍ତ୍ତୀ ମ୍ୟାଚରୁ କୋହଲିଙ୍କର ବ୍ୟାନ୍ ହେବାର ମଧ୍ୟ ସମ୍ଭାବନା ରହିଛି।

ତେବେ ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୁ ୬୯ ରନରେ ପରାସ୍ତ କରି କ୍ରମାଗତ ଚତୁର୍ଥ ବିଜୟ ହାସଲ କରିବା ସହ ପଏଣ୍ଟ ଟେବୁଲ ର ଶୀର୍ଷରେ ପହଞ୍ଚିଚି। 

ଏହି ମ୍ୟାଚ ରେ ରବୀନ୍ଦ୍ର ଜାଡେଜାଙ୍କ ୨୮ ବଲରୁ ଅପରାଜିତ ୬୨ ରନ୍,  ଫାଫ୍ ଡୁପଲେସିସ୍ ଙ୍କ ୪୧ ବଲ୍ ୫୦ ଏବଂ ରୁତୁରାଜ ଗାଇକୱାଡଙ୍କ ୨୫ ବଲରୁ ୩୩ ରନ୍ ସହାୟତା ରେ CSK ୧୯୧ ରନ୍ କରିପାରିଥିଲା। ଜବାବରେ RCB ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବ୍ୟାଟିଂ ବିପର୍ଯ୍ୟୟ ର ସମ୍ମୁଖୀନ ହୋଇଥିଲା ଏବଂ ଶେଷରେ ୨୦ ଓଭର ରେ ୯ ୱିକେଟ ହରାଇ ୧୨୨ ରନ୍ କରିପାରିଥିଲା।