ଏହି ୩ ଭାରତୀୟ ଖେଳାଳି, ଯାହାଙ୍କ ପାଇଁ ଦେଶ ନୁହେଁ IPL ହେଉଛି ବଡ! ସବୁବେଳେ ଅନଫିଟ୍ କିନ୍ତୁ IPL ପାଇଁ ଫିଟ୍

 
Unfit cricket player
ଭାରତୀୟ କ୍ରିକେଟର କାହିଁକି ଆଇପିଏଲକୁ ନେଇ ଏତେ ତତ୍ପର ? ଜାତୀୟ ସ୍ତର ଖେଳ ଅପେକ୍ଷା ଆଇପିଏଲକୁ ନେଇ ଏତେ ପ୍ରସ୍ତୁତି କାହିଁକି ? ଏପରିକି ଆପଣ ଲକ୍ଷ କଲେ ଜାଣି ପାରିବେ କିଛି ନାମୀ ଦାମୀ ଖେଳାଳି ବି ଅନ୍ୟ ଆନ୍ତର୍ଜାତିକ ଖେଳ ସମୟରେ ଆହତ ହୋଇ ଖେଳୁ ନାହାନ୍ତି କିନ୍ତୁ ଆଇପିଏଲ ବେଳକୁ ସମସ୍ତେ ପୁରା ଫିଟ୍ ହେଇ ଯାଉଛନ୍ତି ।

E

ତେବେ କ୍ରିକେଟର ମାନଙ୍କର କ୍ରିକେଟ ଖେଳିବାର ମୁଖ୍ୟ ଉଦ୍ଦେଶ୍ୟ କଣ ପଇସା ରୋଜଗାର । ଆନ୍ତର୍ଜାତୀୟ ସ୍ତରରେ ଦେଶକୁ ଜିତାଇ ଦେଶର ନାଆଁ କରିବାରେ କଣ ଇଛା ନାହିଁ । ଖେଳର ତରିକାକୁ ଆପଣ ବି ଦେଖିଲେ କହି ପାରିବେ ଦେଶ ଠାରୁ ଏଠି ଆଇପିଏଲ କୁ ବେଶୀ ଗୁରୁତ୍ଵ ଦେଉଛନ୍ତି ଖେଳାଳି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆଇପିଏଲ ରେ ବିଜେତା ଟିମ୍ କୁ ଓ ଖେଳାଳି ମାନଙ୍କୁ ବିଭିନ୍ନ କମ୍ପାନୀ ତରଫରୁ ବିପୁଳ ପରିମାଣର ଟଙ୍କା ମିଳିଥାଏ । କଣ ଏହି କାରଣ ପାଇଁ କ୍ରିକେଟର ମାନଙ୍କର ଏତେ ଆଗ୍ରହ ଆଇପିଏଲ ଖେଳିବାରେ । ତେବେ ଆସନ୍ତୁ ଜାଣିବା ଏପରି କେତେକ ଭାରତୀୟ କ୍ରିକେଟର ରହିଛନ୍ତି ଯେଉଁମାନେ ଅନ୍ୟ ଖେଳ ଗୁଡ଼ିକ ଅପେକ୍ଷା ଆଇପିଏଲ କୁ ବିଶେଷ ଗୁରୁତ୍ଵ ଦେଇଥାନ୍ତି । ଏହି ଲିଷ୍ଟ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଆଁ ସବୁଠାରୁ ଆଗରେ । 

ହାର୍ଦ୍ଦିକ ପାଣ୍ଡ୍ୟା :

ଆଇପିଏଲର ଏକ ଆଗ ଧାଡିର ଖେଳାଳି ହେଉଛନ୍ତି ହାର୍ଦ୍ଦିକ । ହାର୍ଦ୍ଦିକ ପୂର୍ବ ଆନ୍ତର୍ଜାତିକ ଖେଳ ଗୁଡିକରେ ବେଡ୍ ରେଷ୍ଟ ରେ ଥିବା ବେଳେ ବର୍ତ୍ତମାନ କିନ୍ତୁ ତାଙ୍କୁ ଆଇପିଏଲ ପାଇଁ ଅଧିକ ପରିଶ୍ରମ କରୁଥିବାର ଦେଖା ଯାଇଛି । 

ଇସାନ କିସାନ : 

ଇସାନ୍ କିସାନ ମଧ୍ୟ ଆଇପିଏଲ କୁ ନେଇ ବେଶ୍ ତତ୍ପର । ନିକଟରେ ଇସାନ୍ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳରୁ ବିରତୀ ନେଇଥିଲେ । ରେଷ୍ଟ୍ ପାଇଁ ବିରତି ନେବାର କହି ଧୋନିଙ୍କ ସହ ପାର୍ଟି କରିବାର ବି ନଜର ଆସିଥିଲେ । ହେଲେ ଏବେ କିନ୍ତୁ ଆଇପିଏଲ କୁ ନେଇ ଅଭ୍ୟାସ ଆରମ୍ଭ କରି ସାରିଲେଣି ଇଶାନ ।

ଲୋକେଶ ରାହୁଲ : 

ରାହୁଲ ପୁର୍ବ ମ୍ୟାଚ୍ ଗୁଡିକରେ ଆଘାତ ହେତୁ ଟିମ୍ ରୁ ବାହାରେ ରହି ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ରେ ଦେଖିବାକୁ ମିଳିଥିଲା । ହେଲେ ପ୍ରଥମ ଟେଷ୍ଟ ରେ ହିଁ ଆହତ ହେତୁ ଖେଳରୁ ବାଦ୍ ପଡ଼ିଥିଲେ ସେ । ହେଲେ ସେ କିନ୍ତୁ ବର୍ତ୍ତମାନ ଆଇପିଏଲ କୁ ନେଇ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।