ହେବ ଟଙ୍କା ବର୍ଷା! ଜାଣନ୍ତୁ ବିଶ୍ଵ କପ୍ ଫାଇନାଲ ମ୍ୟାଚର ବିଜେତା ଦଳ ପାଇଁ କଣ ରହିଛି ପ୍ରାଇଜ୍ ମନି ଓ କାହାକୁ କେତେ ଟଙ୍କା ମିଳିବ

 
World Cup prize money
ଆସନ୍ତା କାଲି ହେବାକୁ ଥିବା ସେମି ଫାଇନାଲକୁ ନେଇ ସମସ୍ତେ ବେଶ୍ ଉତ୍ସୁକ ରହିଛନ୍ତି । କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ , ବିଶ୍ଵ କପ୍ ରେ ବିଜେତା ଟିମ୍ ରପାଇଁ କଣ ରହିଛି ବିଜେତା ପ୍ରାଇଜ୍ । ତେବେ ଏ ନେଇ ପୂର୍ବରୁ ହିଁ ସ୍ପଷ୍ଟ କରିଛି ଆଇସିସି । ତେବେ ଆସନ୍ତୁ ଜାଣିବା ବିଶ୍ଵ କପ୍ ର ପ୍ରାଇଜ ମନି ବିଷୟରେ ।

ତ୍

* ବିଶ୍ଵ କପ୍ ରେ ମୋଟ ପ୍ରାଇଜ୍ ମନି ରହିଛି ୧୦ ମିଲିୟନ ଡଲାର ବା ୮୩ କୋଟି ଟଙ୍କା ।

* ଯେଉଁଥିରୁ ଫାଇନାଲ ବିଜେତା ଟିମ୍ ପାଇଁ ରହିଛି ୩୩ .୨୯ କୋଟି ଟଙ୍କା ।

* ସେହିଭଳି ବିଶ୍ଵ କପ୍ ର ଫାଇନାଲ ମ୍ୟାଚରେ ଉପ ବିଜେତା ଟିମ୍ ପାଇଁ ରହିଛି ୧୬.୬୪ କୋଟି ।

* ଆହୁରି ମଧ୍ୟ ସେମି ଫାଇନାଲରେ ପହଞ୍ଚି ଥିବା ଟିମ୍ ଙ୍କ ପାଇଁ ୬.୬୫ କୋଟି ଟଙ୍କା ରହିଛି ।

* ଏବଂ ଯେଉଁ ଟିମ୍ ଗ୍ରୁପ୍ ଷ୍ଟେଜରୁ ବାଦ୍ ପଡ଼ି ଯାଇଛନ୍ତି ସେମାନଙ୍କ ପାଇଁ ୮୩.୨୩ ଲକ୍ଷ ଟଙ୍କା ରହିଛି । 

* ଏବଂ ଗ୍ରୁପ୍ ଷ୍ଟେଜର ମ୍ୟାଚ୍ ରେ ଜିତିଥିବା ପ୍ରତ୍ୟେକ ଟିମ୍ କୁ ୩୩.୨ଲକ୍ଷ ଟଙ୍କାର ପ୍ରାଇଯ ମନି ରହିଛି ।

ତେବେ ଦେଖିବା ବାକି ରହିଲା ଅନୁଷ୍ଠିତ ହେବାକୁ ଯାଉଥିବା ଫାଇନାଲ ମ୍ୟାଚରେ କିଏ ହେଉଛି ଫାଇନାଲ ଉଇନର୍ , ଅଷ୍ଟ୍ରେଲିଆ ନା ଭାରତ ?