​​ଭାରତ ବିଶ୍ୱକପ ଫାଇନାଲ ପରାଜୟ ପରେ ବିସିସିଆଇ‌ ପ୍ରକାଶ କଲା ପ୍ରକୃତ କାରଣ, ଏଥିପାଇଁ ହାରିଥିଲା ଭାରତ

 
Bcci india lost

ଜଣା ପଡିଲା ଭାରତ ଫାଇନାଲ ମ୍ୟାଚ ହାରିବାର ପ୍ରକୃତ କାରଣ । କାରଣ ସ୍ପଷ୍ଟ କଲେ କୋଚ୍ ରାହୁଲ୍ ଦ୍ରାବିଡ । ଭାରତ ଯେପରି ବିଶ୍ଵକପ୍ ର ଦିନିକିଆ ମ୍ୟାଚ୍ ଗୁଡିକରେ ଦମ୍ ଦାର ପ୍ରଦର୍ଶନ କରିଥିଲା।

ସେଥିରୁ ହିଁ ଜଣା ପଡୁଥିଲା ଭାରତୀୟ କ୍ରିକେଟ ଟିମ୍ ର ଦକ୍ଷତା । ଏବଂ ସେମାନେ ବିଶ୍ଵ କପ୍ ମ୍ୟାଚ୍ ପାଇଁ କେତେ ପ୍ରାକ୍ଟିସ କରିଛନ୍ତି । ହେଲେ ସବୁ ପରେ ବି ଫିକା ପଡ଼ି ଯାଇଥିଲା ଫାଇନାଲ ମ୍ୟାଚ୍ ।

Rohit Sharma Rahul Dravid

ଖେଳରେ ହାର ଯିତ୍ ତ ଲାଗି ରହିଛି । ହେଲେ ଯଦି ଭାରତର ଏହି ମ୍ୟାଚ୍ ଟି ହାରିଯିବା କଥା କୁହାଯାଏ ତେବେ କେଉଁଠି ନା କେଉଁଠି ଏହା ସମସ୍ତଙ୍କ ମନରେ ଏକ ପ୍ରଶ୍ନ ବାଚି । ସହଜରେ ଏହାକୁ ଗ୍ରହଣ କରି ପାରୁ ନାହାଁନ୍ତି ଭାରତୀୟ ।

ବିସିସିଆଇ ବୈଠକରେ ଅଧିନାୟକ ରୋହିତ ଶର୍ମାଙ୍କୁ ଏ ନେଇ ପ୍ରଥମ ଥର ପାଇଁ ପରାଜୟର କାରଣ ପଚାରିଥିଲେ କୋଚ୍ ରାହୁଲ ଦ୍ରାବିଡଙ୍କୁ । ରାହୁଲ ଟିମ୍ ହାରିବା ପଛର କାରଣ ପିଚ୍ ବୋଲି ସ୍ପଷ୍ଟ ଭାବେ ଦର୍ଶାଇଥିଲେ । ଏହି ବୈଠକରେ ବିସିସିଆଇ ସେକ୍ରେଟେରି ଜୟ ଶାହ , ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଓ କୋଷାଧକ୍ଷ ଆଶିଷ ଗେଲାର ମଧ୍ୟ ଉପସ୍ଥିତ ଥିଲେ ।

ରାହୁଲଙ୍କ କହିବା ଅନୁସାରେ ଏହି ପିଚ୍ ରେ ଚେଜ୍ କରିଥିବା ଟିମ୍ ସହଜରେ ବିଜୟ ହାସଲ କରିଥାଏ । ଏହି ପିଚ୍ ରେ ବଲ ଟର୍ନ ନ ଥାଏ । ଏହି ମ୍ୟାଚ୍ ରେ ଭାରତ ପ୍ରଥମେ ବ୍ୟାଟିଂ କରିବା ଭାରତକୁ ମହଙ୍ଗା ପଡିଥିଲା ।