ମ୍ୟାଚ ମଝିରେ ସାଥି ଖେଳାଳିଙ୍କ ଉପରେ ବର୍ଷିଲେ ରାହୁଲ୍, ଏହି କାରଣ ରୁ ରାଗିଲେ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫୋଟୋ

 
ମ୍ୟାଚ ମଝିରେ ସାଥି ଖେଳାଳିଙ୍କ ଉପରେ ବର୍ଷିଲେ ରାହୁଲ୍, ଏହି କାରଣ ରୁ ରାଗିଲେ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫୋଟୋ

ଆଇପିଏଲ୍ ୨୦୨୧ର ୧୪ ତମ ମ୍ୟାଚରେ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସ କୁ ୯ ୱିକେଟରେ ପରାସ୍ତ କରିଛି। ଏଥିସହିତ ଚାରିଟି ମ୍ୟାଚରେ ହାଇଦ୍ରାବାଦ ଏହି ସିଜନର ପ୍ରଥମ ବିଜୟ ହାସଲ କରିଛି। ଅନ୍ୟ ପକ୍ଷରେ ପଞ୍ଜାବ କିଙ୍ଗସ୍ ଚାରିଟି ମ୍ୟାଚ୍ ମଧ୍ୟରୁ ତୃତୀୟ ପରାଜୟର ଶିକାର ହୋଇଛି।

ଏହି ମ୍ୟାଚରେ ହାଇଦ୍ରାବାଦ ଚମତ୍କାର ବ୍ୟାଟିଂ କରି ପଞ୍ଜାବର ବୋଲରମାନଙ୍କୁ ପୁରା ମ୍ୟାଚରେ ଚାପରେ ରଖିଥିଲା।  ତେବେ ଏହି ମ୍ୟାଚ୍ ସମୟରେ ପଞ୍ଜାବ କ୍ୟାପଟେନ କେ.ଏଲ୍ ରାହୁଲ କ୍ରୋଧରେ ଆସୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ କେଏଲ ରାହୁଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବୋଲର ଅର୍ଶଦୀପ ସିଂଙ୍କ ଉପରେ ରାଗୁଥିବାର ନଜର ଆସୁଛନ୍ତି।

ଏହି ଘଟଣା କ୍ରମରେ ହାଇଦ୍ରାବାଦ ଇନିଂସର ଷଷ୍ଠ ଓଭରରେ ବୋଲର ଅର୍ଶଦୀପ ସିଂ ଫିଲ୍ଡ ପ୍ଲେସମେଣ୍ଟ ର ବିପରୀତ ଦିଗରେ ବୋଲିଂ କରିବାରୁ କେ.ଏଲ୍ ରାହୁଲ ତାଙ୍କ ଉପରେ ରାଗୁଥିବାର ନଜ଼ର ଆସିଥିଲେ। ଅବଶ୍ୟ ଅଧିନାୟକଙ୍କ ଭର୍ତ୍ସନା ଶୁଣିବା ପରେ ଅର୍ଶଦୀପ ପରବର୍ତ୍ତୀ ବଲକୁ ସଠିକ୍ ଦିଗରେ ବୋଲିଂ କରିଥିଲେ।