ଟିମ୍ ଇଣ୍ଡିଆକୁ ନେଇ ପାକିସ୍ତାନୀ କ୍ରିକେଟରଙ୍କ ବଡ଼ ବୟାନ କହିଲେ," ଭାରତର 'ସି' ଟିମ ମଧ୍ୟ ଶ୍ରୀଲଙ୍କା ଗଲେ….

 
Kamran akmal

ଭାରତୀୟ ଦଳ ଜୁନ ୨ ତାରିଖରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଏବଂ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ଼ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିବ। ତେବେ ଏହା ମଧ୍ୟରେ ଜୁଲାଇରେ ମଧ୍ୟ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ତିନୋଟି ଟି-୨୦ ଏବଂ ତିନୋଟି ODI ଖେଳିବାର ଅଛି। ତେଣୁ ଇଂଲଣ୍ଡ ଗସ୍ତରେ ଥିବା ବିରାଟ କୋହଲି, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରାଙ୍କ ଭଳି ପ୍ରମୁଖ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଯାଇପାରିବେ ନାହିଁ।

ତେଣୁ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତ କିପରି ଦଳ ପଠାଇବ ତାହା ଉପରେ ଆଲୋଚନା ଜୋର୍ ଧରିଛି। ସେପଟେ ପାକିସ୍ତାନର ପୂର୍ବତନ ୱିକେଟ୍ କିପର କାମ୍ରାନ୍ ଆକମଲ ଭାରତର ପ୍ରଶଂସା କରି ଭାରତ ସପକ୍ଷରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଶ୍ରୀଲଙ୍କାକୁ ନିଜର (ସି) ଦଳ ମଧ୍ୟ ପଠାଇବ ତେବେ ମଧ୍ୟ ଏହି ସିରିଜ଼ରେ ଭାରତର ବିଜୟ ସୁନିଶ୍ଚିତ ଅଟେ।

କାମରନ୍ ଅକମଲ ତାଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିଥିବା ଏକ ଭିଡିଓରେ କହିଛନ୍ତି ଯେ "ଭାରତୀୟ କ୍ରିକେଟ୍ ପାଇଁ ସମଗ୍ର କ୍ରେଡିଟ୍ ଭାରତର ମାଇଣ୍ଡସେଟ୍ କୁ ଯାଇଥାଏ। ଏକା ସହିତ ଭାରତର ଦୁଇ ଦଳ ଅଲଗା ଅଲଗା ଜାଗାରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଗୋଟିଏ ଦଳ ଇଂଲଣ୍ଡରେ ଏବଂ ଅନ୍ୟଟି ଶ୍ରୀଲଙ୍କାରେ। ଭାରତର କ୍ରିକେଟ୍ କଲଚର୍ ବହୁତ ଶକ୍ତିଶାଳୀ ଅଟେ ଏବଂ ବର୍ତ୍ତମାନ ସମୟରେ ସେମାନେ ଏକ ସମୟରେ ତିନୋଟି ଅନ୍ତର୍ଜାତୀୟ ଦଳ ଖେଳାଇପାରିବେ"।

ପୂର୍ବତନ ୱିକେଟ୍ କିପର ମଧ୍ୟ ଭାରତ ପାଖରେ ଥିବା ଅଧିନାୟକଙ୍କ ବିକଳ୍ପ ପାଇଁ ପ୍ରଶଂସା କରିଥିଲେ। ଅକମଲ କହିଛନ୍ତି, 'ଅଧିନାୟକ ଏମଏସ ଧୋନି ପ୍ରଥମେ ଦଳକୁ ଆଗକୁ ନେଇଥିଲେ ଏବଂ ବର୍ତ୍ତମାନ ବିରାଟ କୋହଲିଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରୁଛି।  କୋହଲିଙ୍କୁ ବିଶ୍ରାମ ଦିଆଯିବା ବେଳେ ରୋହିତ ଶର୍ମା ଦାୟିତ୍ୱ ଗ୍ରହଣ କରିଥିଲେ। ଯଦି ରୋହିତ ଆହତ ହୁଅନ୍ତି ତେବେ ତାଙ୍କ ପାଖରେ କେ.ଏଲ୍ ରାହୁଲ ଅଛନ୍ତି। ତେଣୁ ଭାରତର ବିକଳ୍ପ ଅଧିନାୟକ ସବୁବେଳ ପାଇଁ ପ୍ରସ୍ତୁତ ଥିବାରୁ ବଡ ଖେଳାଳି ଉପଲବ୍ଧ ନଥିଲେ ମଧ୍ୟ ଏହା ଦଳକୁ ପ୍ରଭାବିତ କରେନାହିଁ"।

ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜରେ ଭାରତ ଶ୍ରୀଲଙ୍କାକୁ ନିୟମିତ ଏବଂ ବଡ ଖେଳାଳିଙ୍କ ବିନା ମଧ୍ୟ ପରାସ୍ତ କରିବ ବୋଲି ଆକମଲ ଭବିଷ୍ୟବାଣୀ କରିଛନ୍ତି। ତେବେ ଶ୍ରୀଲଙ୍କା ଗସ୍ତ ପାଇଁ ବିସିସିଆଇ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା କରି ନାହିଁ।