ବରବାଦ୍ ହେଇଗଲା କ୍ୟାରିୟର! କ୍ରିକେଟରୁ ବାଦ୍ ପଡିଲେ ଇଶାନ୍ କିସାନ୍ ଓ ଶ୍ରେୟାସ ଆୟର, ଜାଣନ୍ତୁ ପୁରା ଖବର

 
Cricket
ଦଳରୁ ବାଦ୍ ପଡିଲେ ଇଶାନ କିଶାନ୍ ଓ ଶ୍ରେୟାସ୍ ଆୟର । ଆଜି ଇଣ୍ଡିଆ ଓ ଆଫଗାନିସ୍ତାନରେ ହେବାକୁ ଥିବା ଟି ୨୦ ସିରିଜ ରେ ବିସିସିଆଇ ଟିମ୍ ରୁ ବାଦ୍ ଦେଇଛି ଏହି ଦୁଇ କ୍ରିକେଟରଙ୍କୁ । ତେବେ ଜାଣନ୍ତୁ ପୁରା ଘଟଣା ।

Y

ଜାନୁୟାରୀ ୧୧ ରେ ହେବାକୁ ଥିବା ଭାରତ ଓ ଆଫଗାନିସ୍ଥାନ ଟି ୨୦ ସିରିଜ୍ ରୁ ବିସିସିଆଇ ଶ୍ରେୟାସ୍ ଆୟର ଓ ଇଶାନ୍ କିଶନଙ୍କୁ ବାଦ୍ ଦେଇଛି । ପ୍ରଥମେ ତ ଶୁଣିବାକୁ ମିଳୁଥିଲା ଖେଳରୁ ବିଶ୍ରାମ ନେବା ପାଇଁ ଓ ଆଗାମୀ ଖେଳ ପାଇଁ ପ୍ରସ୍ତୁତ ହେବା ନେଇ ଦୁଇ କ୍ରିକେଟର ସ୍ଵେଚ୍ଛାକୃତ ଭାବେ ଖେଳରୁ ବ୍ରେକ ନେଇଛନ୍ତି । ହେଲେ ବର୍ତ୍ତମାନ ସାମ୍ନାକୁ ଆସିଛି ପ୍ରକୃତ ରହସ୍ୟ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଦୁଇ ଖେଳାଳୀଙ୍କର ମନ ମୁଖି କାର୍ଯ୍ୟ ଓ ନିଶା ଦ୍ରବ୍ୟ ସେବନ ପାଇଁ ବିସିସିଆଇ ନେଇଥିଲା ଏଭଳି ନିଷ୍ପତ୍ତି । ତେବେ ଯଦି ଇଶାନ କିଶାନଙ୍କ କଥା କୁହାଯାଏ ତେବେ ସେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପରେ ବିଶ୍ରାମ ନେବା ନାଁରେ ବିସିସିଆଇ ଠାରୁ ଅନୁମତି ନେଇଥିଲେ । ହେଲେ ପରେ ତାଙ୍କୁ ଏହି ବିଶ୍ରାମ ସମୟରେ ଅନେକ ସ୍ଥାନରେ ପାର୍ଟି କରୁ ଥିବାର ଦେଖିବାକୁ ମିଳୁଥିଲା । 

ଧୋନିଙ୍କ ସହିତ ଏକ ପାର୍ଟିରେ ସାମିଲ୍ ହୋଇ ନିଶା ଦ୍ରବ୍ୟ ପାନ କରିବାର ଏକ ଭିଡିଓ ତାଙ୍କର ଖୁବ୍ ଭାଇରାଲ୍ ହୋଇଥିଲା । ଏପରି କି ବିସିସିଆଇକୁ ନ ଜଣାଇ ସେ କୌନ୍ ବନେଗା କରୋଡପତିରେ ଜଣେ ମହିଳା କ୍ରିକେଟର ସ୍ମୃତିଙ୍କ ସହିତ ଯୋଗ ଦେଇଥିଲେ । ଇଶାନ କିଶନଙ୍କର ଏପରି ବେପରୱା ଭାବ ଯୋଗୁଁ ବିସିସିଆଇ ତାଙ୍କୁ ଦଳରୁ ବାଦ୍ ଦେଇଛି ବୋଲି ଜଣା ପଡିଛି ।

Ishan kishan

ଶ୍ରେୟାସ୍ ଆୟର ମଧ୍ୟ ଖେଳ ଅଧାରୁ ବିସିସିଆଇର ବିନା ଅନୁମତିରେ ଖେଳରୁ ବ୍ରେକ ନେଇଥିଲେ । ହେଲେ ଏବେ ଶୁଣିବାକୁ ମିଳୁଛି ବିସିସିଆଇ ତାଙ୍କୁ ଟି ୨୦ ରୁ ବାଦ୍ ଦେବା ପରେ ସେ ନିଜ ଭୁଲ୍ ବୁଝି ପାରିଛନ୍ତି । ଯେଉଁଥି ପାଇଁ ସେ ଆଗାମୀ ଇଂଲଣ୍ଡ ସହ ହେବାକୁ ଯାଉଥିବା ମ୍ୟାଚ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।