IPL 2021: କ୍ରିକେଟ ପ୍ରେମିକଙ୍କ ପାଇଁ ଖୁସି ଖବର,ଏହି ତାରିଖରୁ UAE ରେ ପୁନଃ ଆରମ୍ଭ ହେବ ଆଇପିଏଲର ବାକି ମ୍ୟାଚ

 
Ipl 2021

ଦେଶରେ ବଢୁଥିବା କରୋନା ସଂକ୍ରମଣ କୁ ଆଖିରେ ରଖି କିଛି ଦିନ ତଳେ ଆଇପିଏଲ ୨୦୨୧ କୁ ଅଧାରେ ସ୍ଥଗିତ ରଖାଯାଇଥିଲା। ଏହି ଲିଗର ବାୟୋ-ବବୁଲରେ ଖେଳାଳିମାନେ କ୍ରମାଗତ ଭାବରେ କରୋନା ସଂକ୍ରମିତ ହେବାରୁ ଏଭଳି ନିଷ୍ପତ୍ତି ନେଇଥିଲା ବିସିସିସାଇ। ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବାପରେ ପୁଣି କେବେ ଆରମ୍ଭ ହେବ ସେନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା।

ତେବେ ମେ ୪ ତାରିଖରେ କରୋନା କାରଣରୁ ଆଇପିଏଲ୍ ୨୦୨୧କୁ ସ୍ଥଗିତ ରଖାଯାଇଥିବା ବେଳେ, ବର୍ତ୍ତମାନ ସେପ୍ଟେମ୍ବରରେ ଏହା ପୁନଃ ଆରମ୍ଭ ହେବକୁ ନେଇ ଖବର ସାମ୍ନାକୁ ଆସୁଛି। ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ସେପ୍ଟେମ୍ବର ୧୯ କିମ୍ବା ୨୦ ତାରିଖରୁ ଖେଳାଯିବା ସହ ଏହାର ଫାଇନାଲ୍ ଅକ୍ଟୋବର ୧୦ ତାରିଖରେ ଖେଳାଯିବ ବୋଲି ଖବର ସାମ୍ନାକୁ ଆସୁଛି।

ଖବର ଅନୁଯାଇ, ଭାରତର ଇଂଲଣ୍ଡ ବିପକ୍ଷରେ ସିରିଜ୍ ଶେଷ ହେବା ପରେ ବିସିସିଆଇ ଆଇପିଏଲ୍ କୁ ଆୟୋଜନ କରିବାକୁ ଚିନ୍ତା କରୁଛି। ଏହି ସିରିଜ୍ ୧୪ ତାରିଖରେ ଶେଷ ହେଉଥିବା ବେଳେ, ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ସିରିଜରେ କିଛି ପରିବର୍ତ୍ତନ ଆଣିବାକୁ ବିସିସିଆଇ ଏବଂ ଇସିବି ମଧ୍ୟରେ ଆଲୋଚନା ଚାଲିଛି। ତେବେ ଏହା ଉପରେ ଉଭୟ ବୋର୍ଡଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ହେତୁ ଆଇପିଏଲ ୨୦୨୧ କୁ ସ୍ଥଗିତ ରଖାଯାଇଥିଲା। ଭାରତରେ ବର୍ତ୍ତମାନ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରିସାରିଛି, କିନ୍ତୁ ଆଜି ୪୦ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ୨ ଲକ୍ଷରୁ କମ୍ କରୋନା ମାମଲା ସାମ୍ନାକୁ ଆସିଛି।