କରୋନା ପାଇଁ IPL ମ୍ୟାଚ ସ୍ଥଗିତ, ଏହି ଦଳର ୩ ଖେଳାଳି ପଜିଟିଭ୍ ଚିହ୍ନଟ ପରେ ନିଆଗଲା ନିଷ୍ପତି, ଜାଣନ୍ତୁ

 
କରୋନା ପାଇଁ IPL ମ୍ୟାଚ ସ୍ଥଗିତ, ଏହି ଦଳର ୩ ଖେଳାଳି ପଜିଟିଭ୍ ଚିହ୍ନଟ ପରେ ନିଆଗଲା ନିଷ୍ପତି, ଜାଣନ୍ତୁ

ଇଣ୍ଡିଆନ ପ୍ରିମିୟର ଲିଗର 14 ତମ ସିଜିନ୍, ଆଇପିଏଲ୍, କରୋନା ଭାଇରସ ମହାମାରୀ ମଧ୍ୟରେ ଭାରତରେ ଅନୁଷ୍ଠିତ ହେଉଛି। ଏହା ବାୟୋ-ବବୁଲ୍ (ଖେଳାଳୀମାନଙ୍କ ପାଇଁ କରୋନା ସୁରକ୍ଷିତ ପରିବେଶ) ରେ ଅନୁଷ୍ଠିତ ହେଉଛି। ଯଦିଓ ପ୍ରାରମ୍ଭରେ କିଛି ମାମଲା ରହିଥିଲା, କିନ୍ତୁ ଟୁର୍ନାମେଣ୍ଟ ପ୍ରଭାବିତ ହୋଇନଥିଲା, କିନ୍ତୁ ବର୍ତ୍ତମାନ କରୋନା ଆଇପିଏଲ୍ 2021 ରେ ପସିଛି କରୋନା, ଯାହା କାରଣରୁ ଏହି ସିଜିନର ଆଇପିଏଲ୍ ର 30 ତମ ମ୍ୟାଚ୍ ଯାହା ଆଜି ଖେଳା ଯିବାକୁ ଥିଲା ତାହା ସ୍ଥଗିତ ରଖାଯାଇଛି।

ବାସ୍ତବରେ, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ସୋମବାର 3 ମଇରେ ଆଇପିଏଲର 14 ତମ ସିଜନର 30 ତମ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ କୋଭିଡ 19 ସଙ୍କଟ ଯୋଗୁଁ ମ୍ୟାଚ ବାତିଲ ହୋଇଯାଇଛି। କୋଲକାତା ନାଇଟ୍ ରାଇଡର୍ସର ପ୍ୟାଟ୍ କମିନ୍ସ, ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିଅର୍ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଏହି ମ୍ୟାଚକୁ ସ୍ଥଗିତ ରଖିବାକୁ ପଡିଛି।

କ୍ରିକିନଫୋ ରିପୋର୍ଟ ଅନୁଯାୟୀ କୋଲକାତା ଏବଂ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଆଜି ସ୍ଥଗିତ ରଖାଯାଇଛି, କାରଣ କୋଲକାତା ଦଳର ଅନେକ ଖେଳାଳି କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ଏଭଳି ପରିସ୍ଥିତିରେ କେକେଆର ବନାମ ଆରସିବି ମ୍ୟାଚକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ଅଧିକାରିକ ଘୋଷଣା ବର୍ତ୍ତମାନଠାରୁ କିଛି ସମୟରେ ହେବ ବୋଲି ଆଶା କରାଯାଉଛି।