IPL ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ସମୟରେ ଖେଳାଯିବ ଦୁଇଟି ମ୍ୟାଚ, ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

 
Double header

ଚଳିତବର୍ଷ ଆଇପିଏଲର ଦ୍ୱିତୀୟ ଚରଣ ୟୁଏଇ ଠାରେ ଖେଳା ଯାଉଛି। ପ୍ରାୟତଃ ସବୁ ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେଉଥିବା ବେଳେ ଡବଲ ହେଡର ଗୁଡିକରେ ପ୍ରଥମ ମ୍ୟାଚ ଅପରାହ୍ନ ୩.୩୦ ଆରମ୍ଭ ହେଉଥିବା ବେଳେ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହୋଇଥାଏ। ତେବେ, ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ସମାନ ସମୟରେ ଦୁଇଟି ମ୍ୟାଚ ଖେଳାଯିବ।

Jay shah

ଚଳିତ ବର୍ଷ ଆଇପିଏଲ ର ଶେଷ ଦୁଇ ଲିଗ୍ ମ୍ୟାଚ୍ ୮ ଅକ୍ଟୋବର ସଂଧ୍ୟା ୭.୩୦ ରେ ଆରମ୍ଭ ହେବ ଯେଉଁଥିରେ ହାଇଦ୍ରାବାଦ ମୁମ୍ବାଇକୁ ଭେଟିବାକୁ ଯାଉଥିବା ବେଳେ ବାଙ୍ଗାଲୋର ଦଳ ଦିଲ୍ଲୀକୁ ଭେଟିବ। ଦୁଇଟି ଯାକ ମ୍ୟାଚ ଗୋଟିଏ ସମୟରେ ପ୍ରସାରଣ ହେଲେ ଦର୍ଶକ ମାନଙ୍କୁ ଦେଖିବାରେ ଅସୁବିଧା ହୋଇପାରେ। ତେବେ, ଦର୍ଶକମାନେ କିପରି ଦୁଇଟି ଯାକ ମ୍ୟାଚ୍ ର ମଜା ଏକା ସଙ୍ଗେ ନେଇ ପାରିବେ ତାର ବ୍ୟବସ୍ଥା କରାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ସାହା କହିଛନ୍ତି।

Double header

ମ୍ୟାଚ୍ ରେ ହଉଥିବା ଦୁର୍ନୀତିକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିସିସିଆଇ ସମ୍ପାଦକ କହିଛନ୍ତି। ଶେଷ ଲିଗ୍ ମ୍ୟାଚରୁ ମଧ୍ୟ ଦଳ ମାନଙ୍କର ପ୍ଲେଅଫ୍ କୁ ଆସିବାର ସମ୍ଭାବନା ରହିଥାଏ। ତେଣୁ ସମ୍ଭାବ୍ୟ ଦୁର୍ନିତିକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆ ଯାଇଛି ବୋଲି ଜୟ ସାହା କହିଛନ୍ତି।