ଦିନେ ଜୋତା କିଣିବାକୁ ପଇସା ନଥିଲା କିନ୍ତୁ ଏବେ ଆଇପିଏଲ ଡେବ୍ୟୁ ରେ ଷ୍ଟାର ହୋଇଗଲେ ଏହି ଖେଳାଳି, ଜାଣନ୍ତୁ କିଏ ସେ ଖେଳାଳି

 
ଦିନେ ଜୋତା କିଣିବାକୁ ପଇସା ନଥିଲା କିନ୍ତୁ ଏବେ ଆଇପିଏଲ ଡେବ୍ୟୁ ରେ ଷ୍ଟାର ହୋଇଗଲେ ଏହି ଖେଳାଳି, ଜାଣନ୍ତୁ କିଏ ସେ ଖେଳାଳି

ଦିନେ ଜୋତା କିଣିବାକୁ ପାଖରେ ନଥିଲା ପଇସା କିନ୍ତୁ ବର୍ତ୍ତମାନ କୋଟିପତି ଏହି ଉଦିୟମାନ ଖେଳାଳି। ରାଜସ୍ଥାନ ରୟାଲ୍ସ ଏହି ୨୨ ବର୍ଷୀୟ ବାମହାତୀ ଦ୍ରୁତ ବୋଲରଙ୍କୁ ୧.୦୨ କୋଟିରେ କିଣିଥିବାବେଳେ ଏହି ଖେଳାଳିଙ୍କ ମୂଳ ପୁରସ୍କାର ମାତ୍ର ୨୦ ଲକ୍ଷ ଟଙ୍କା ଥିଲା।  ଭବନଗର ଜିଲ୍ଲାର ଚେତନ ସକାରିଆଙ୍କ କାହାଣୀ କୌଣସି ପ୍ରେରଣା ଦାୟକ କାହାଣୀ ଠାରୁ କମ୍ ନୁହେଁ ଯାହାକୁ ଶୁଣିଲେ ଆପଣ ଉତ୍ସାହିତ ହେବେ ନିଶ୍ଚିତ। 

କିଛି ଦିନ ତଳେ ସମଗ୍ର ପରିବାର ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ଅବସ୍ଥା ଏତେ ଖରାପ ଥିଲା ଯେ ଗତ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଘରେ ଟିଭି ଟିଏ ମଧ୍ୟ ନଥିଲା। ଏହି ଖେଳାଳିଙ୍କ ଜୀବନରେ ଏକ ସମୟ ଏପରି ଥିଲା ଯେତେବେଳେ ତାଙ୍କର ପିନ୍ଧିବାକୁ ଜୋତା ମଧ୍ୟ ନଥିଲା, ତା’ପରେ ତାଙ୍କ ବୋଲିଂ ଦେଖି ତାଙ୍କ ସୌରାଷ୍ଟ୍ରର ସାଥୀ ଖେଳାଳି ଶେଲଡନ୍ ଜ୍ୟାକସନ ତାଙ୍କୁ ଏକ ଜୋତା ଉପହାର ଦେଇଥିଲେ।

ତେବେ ସେ ଆଇପିଏଲ୍ ଡେବ୍ୟୁ କରିବା ପୂର୍ବରୁ ଜାତୀୟ କୁଚ୍ ବିହାର ଟ୍ରଫିରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଏହା ବ୍ୟତୀତ ଚେତନ ଏମଆରଏଫ୍ ପେସ ଏକାଡେମୀରେ ଅଷ୍ଟ୍ରେଲୀୟ ଭେଟେରାନ ଗ୍ଲେନ ମ୍ୟାକଗ୍ରାଥଙ୍କ ସହ ମଧ୍ୟ ତାଲିମ ନେଇଛନ୍ତି।

ତେବେ ନିଜର ଆଇପିଏଲ ଡେବ୍ୟୁ ରେ ଚେତନ ବେସ୍ ଭଲ ପ୍ରଦର୍ଶନ କରିଥିଲେ ଏବଂ କେ.ଏଲ ରାହୁଲ ଏବଂ ମୟଙ୍କ ଅଗ୍ରୱାଲଙ୍କ ସହ ୩ ନୋଟି ୱିକେଟ ନେବାକୁ ମଧ୍ୟ ସକ୍ଷମ ହୋଇଥିଲେ।