World Cup 2023: ପାକିସ୍ତାନ ବିପକ୍ଷ ମ୍ୟାଚରେ ଗେରୁଆ ଜର୍ସି ପିନ୍ଧି ଖେଳିବ ଭାରତ, ଜାଣନ୍ତୁ BCCI କଣ କହିଲା

 
Orange jersey

ଅହମଦାବାଦ୍ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆସନ୍ତା ଅକ୍ଟୋବର ୧୪ ତାରିଖରେ ଭାରତ-ପାକିସ୍ତାନ ହାଇ-ଭୋଲଟେଜ୍ ମ୍ୟାଚ ଖେଳାଯିବାକୁ ଯାଉଛି। ଉଭୟ ଦେଶର ଦର୍ଶକ ବେସ୍ ଉତ୍ସାହିତ ଥିବାବେଳେ ଏହି ମ୍ୟାଚକୁ ନେଇ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି।

ତେବେ, ଏହି ମ୍ୟାଚ ପାଇଁ ଭାରତ ବ୍ଲୁ ନୁହେଁ ବରଂ ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧି ଖେଳିବ ବୋଲି ବେସ୍ ଚର୍ଚ୍ଚା ହେଉଛି।

Orange jersey

ତେବେ, ଏଥିନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଆଗାମୀ ଭାରତ-ପାକ୍ ମୁକାବିଲାରେ ଭାରତ ପାରମ୍ପରିକ ବ୍ଲୁ ଜର୍ସିରେ ହିଁ ନଜ଼ର ଆସିବ। ଜର୍ସି ରଙ୍ଗରେ କୌଣସି ପରିବର୍ତ୍ତନ ଦେଖାଯିବନାହିଁ ବୋଲି ବିସିସିଆଇର ଟ୍ରେଜରର ଆଶିଷ ଶେଲାର କହିଛନ୍ତି। ସୋସିଆଲ ମିଡିଆରେ ଏଥିନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏହା ଏକ ଗୁଜବ ବୋଲି ସ୍ପଷ୍ଟ କରିଛି ବିସିସିଆଇ।

Bcci

ଏଠାରେ ଉଲ୍ଲେଖଯୋଗ୍ୟ ଏପର୍ଯ୍ୟନ୍ତ ସୁଦ୍ଧା ଏକଦିବସୀୟ ବିଶ୍ୱକପରେ ପାକିସ୍ତାନ ଭାରତକୁ ହରାଇ ନାହିଁ। ଭାରତ ନିଜର ଅପରାଜିତ ରହିବାର ରେକର୍ଡକୁ ବଜାୟ ରଖିବାକୁ ଚେଷ୍ଟା କରିବ ନିଶ୍ଚିତ। ଅନ୍ୟପକ୍ଷରେ ପାକିସ୍ତାନ ଭାରତକୁ ହରାଇବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିବ। ଚଳିତ ବିଶ୍ୱକପରେ ଏହି ମ୍ୟାଚରେ ସବୁଠାରୁ ଅଧିକ ଦର୍ଶକ ଉପସ୍ଥିତି ଦେଖିବାକୁ ମିଳିପାରେ।

ଆହୁରି ପଢ଼ନ୍ତୁ:- ପ୍ରେମିକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ, କହିଲେ,"ମଦ ପିଇ ଆସି ମୋ ଚୁଟି ଧରି..."