ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ, ବର୍ଷକ ପରେ ଦଳକୁ ଫେରିଲେ ଏହି ଖେଳାଳି, ଦେଖନ୍ତୁ ପୁରା ଟିମ୍

 
India Squad for Afghanistan

ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ଅନ୍ତର୍ଜାତୀୟ ସିରିଜ୍ ପାଇଁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ) 16 ଜଣିଆ ଦଳ ଘୋଷଣା କରିଛି।  କ୍ୟାପଟେନ ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତି। 2022 ବିଶ୍ୱକପର ସେମିଫାଇନାଲ ପରଠାରୁ ରୋହିତ ଏବଂ କୋହଲି ଏହି ଫର୍ମାଟରେ ଭାରତ ପାଇଁ କୋୖଣସି ମ୍ୟାଚ୍ ଖେଳି ନାହାଁନ୍ତି।

ଆଘାତ ହେତୁ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ରୁତୁରାଜ ଗାଇକୱାଡ ଏହି ସିରିଜରେ ଚୟନ ପାଇଁ ଉପଲବ୍ଧ ନଥିଲେ। ODI ବିଶ୍ୱକପ ସମୟରେ ହାର୍ଦ୍ଦିକ ଆହତ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ଗସ୍ତରେ ସୁର୍ଯ୍ୟକୁମାର ଏବଂ ଋତୁରାଜ ଆହତ ହୋଇଥିଲେ।

India Afghanistan

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଜିତେଶ ଶର୍ମା ଏବଂ ସଞ୍ଜୁ ସାମସନ ଦଳରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ଅର୍ଶଦୀପ ସିଂ, ଆବେଶ ଖାନ ଏବଂ ମୁକେଶ କୁମାର ଦଳର ତିନି ଦ୍ରୁତ ବୋଲର ହୋଇଥିବାବେଳେ ସ୍ପିନର ବୋଲିଂ ପାଇଁ ରବି ବିଷ୍ଣୁଇ, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବ ଅଛନ୍ତି।

ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି -20 ବିଶ୍ୱକପ ପୂର୍ବରୁ ଏହି ଫର୍ମାଟରେ ଏହା ହେଉଛି ଭାରତର ଶେଷ ସିରିଜ୍।

Virat rohit

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି -20 ଅନ୍ତର୍ଜାତୀୟ ଜାନୁଆରୀ 11 ରେ ମୋହାଲିରେ ଅନୁଷ୍ଠିତ ହେବ। ଏହା ପରେ ଜାନୁଆରୀ 14 ରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଏବଂ ତୃତୀୟ ତଥା ଶେଷ ଟି -20 ଅନ୍ତର୍ଜାତୀୟ ଜାନୁଆରୀ 17 ରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ।

ଭାରତୀୟ ଦଳ: ରୋହିତ ଶର୍ମା,ଗିଲ, ଜୟସ୍ବାଲ, ତିଲକ ବର୍ମା, ରିଙ୍କୁ ସିଂ,ଜିତେଶ ଶର୍ମା,ସଞ୍ଜୁ ସାମସନ,ଶିଭମ ଦୁବେ,ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କଲଦୀପ ଯାଦବ, ଅର୍ଶଦୀପ ସିଂ, ଆଭେସ ଖାନ୍, ମୁକେଶ କୁମାର।