ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଧାୱନ ଅଧିନାୟକ ଏହିସବୁ ନୂଆ ଖେଳାଳି ହେଲେ ସାମିଲ୍, ଦେଖନ୍ତୁ ପୁରା ଦଳ

 
India team

ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଏକ ସୀମିତ ଓଭର ସିରିଜ ଖେଳିବାକୁ ଯାଉଛି। ଭାରତର ମୁଖ୍ୟ ଖେଳାଳି ମାନେ ଏବେ WTC ପାଇଁ ଇଂଲଣ୍ଡ ଗସ୍ତରେ ଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ODI ଏବଂ ଟି -20 ସିରିଜ ପାଇଁ ଭାରତୀୟ ଚୟନକାରୀ କମିଟି ଭେଟେରାନ ଓପନର୍ ଶିଖର ଧାୱନଙ୍କୁ ଅଧିନାୟକ ଭାବେ ଘୋଷଣା କରିଥିବାବେଳେ ପେସର୍ ଭୁବନେଶ୍ୱର କୁମାରଙ୍କୁ ଉପ-ଅଧିନାୟକ ଭାବେ ନାମିତ କରାଯାଇଛି।

ଟେଷ୍ଟ ଦଳରୁ ବାହାରେ ଥିବା କୁଲଦୀପ ଯାଦବ ସୀମିତ ଓଭର ସିରିଜରେ ରହିଛନ୍ତି।  ଏହା ସହିତ ନୀତୀଶ ରାଣା, ଦେବଦତ୍ତ ପାଡିକଲ, ରିତୁରାଜ ଏବଂ ଚେତନ ସାକାରିଆଙ୍କୁ ପ୍ରଥମ ଥର ପାଇଁ ଦଳରେ ସାମିଲ କରାଯାଇଛି। ତିନୋଟି ODI ଓ ତିନୋଟି T20 ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ ଜୁଲାଇ 13 ରେ ଯେତେ ମ୍ୟାଚ୍ ଖେଳାଯିବ, ଶେଷ ଟି -20 ମ୍ୟାଚ୍ ଜୁଲାଇ 25 ରେ ଖେଳାଯିବ। ଗୋଟିଏ ସ୍ଥାନରେ ସମସ୍ତ ମ୍ୟାଚ୍ କଲମ୍ବୋ ର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ: ଶିଖର ଧାୱନ (କ୍ୟାପଟେନ), ପୃଥୀ ସ, ଦେବଦତ୍ତ ପାଡିକଲ୍, ରିତୁରାଜ ଗାଇକୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରାଣା, ଇଶାନ କିଶନ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, କୃଷ୍ଣପ୍ପା ଗୌତମ, କ୍ରୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଭୁବନେଶ୍ୱର କୁମାର (ଉପ ଅଧିନାୟକ), ଦୀପକ ଚହର, ନବଦୀପ ସାଇନି ଏବଂ ଚେତନ ସାକାରିଆ। ନେଟ ବୋଲର - ଇଶାନ ପୋରେଲ, ସନ୍ଦୀପ ୱାରିଅର, ସିରଜଦୀପ ସିଂ।