T-20 WC 2021: କର ବା ମର ସ୍ଥିତିରେ ଭାରତ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କୋହଲିଙ୍କୁ ଡ଼ରାଉଛି 17 ବର୍ଷର ପୁରୁଣା ରେକର୍ଡ

 
India vs Nz

ନିଜର ପ୍ରଥମ ଲିଗ୍ ମ୍ୟାଚରେ ପାକିସ୍ତାନ ଠାରୁ ହାରିବା ପରେ କର ବା ମର ପରିସ୍ଥିତିରେ ରହିଛି ଭାରତ। ଚଳିତ ଟି-୨୦ ବିଶ୍ୱକପରେ ଏକ ସପ୍ତାହ ବିରତି ପରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଗାମୀ ମ୍ୟାଚ୍ ଖେଳିବାକୁ ଯାଉଛି।  ଅକ୍ଟୋବର ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ବିରାଟ କୋହଲିଙ୍କ ଦଳ ପାଇଁ ବେସ୍ ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଜିତିବାକୁ ହେଲେ ଟିମ୍ ଇଣ୍ଡିଆକୁ ଇତିହାସ ପରିବର୍ତ୍ତନ କରିବାକୁ ପଡିବ।

India

ପ୍ରକୃତରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ ଇତିହାସରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବାରେ ସକ୍ଷମ ହୋଇ ନାହିଁ। ଟି-୨୦ ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ କେବଳ ଦୁଇଥର ସାମ୍ନା ସାମ୍ନି ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ଦଳ ଉଭୟ ଥର ମ୍ୟାଚ ଜିତିନେଇଛି।  ସର୍ବପ୍ରଥମେ, ୨୦୦୭ ଟି-୨୦ ବିଶ୍ୱକପରେ ଧୋନିଙ୍କ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ୧୦ ରନରେ ପରାସ୍ତ ହୋଇଥିଲା।  ଏହା ପରେ, ୨୦୧୬ ଟି-୨୦ ବିଶ୍ୱକପରେ ମାତ୍ର ୧୨୭ ରନ୍ ର ପିଛା କରୁଥିବା ଟିମ୍ ଇଣ୍ଡିଆ ୪୭ ରନ୍ କରି ଅଲଆଉଟ ହୋଇଯାଇଥିଲା।

India vs Nz

ଟି-୨୦ ବିଶ୍ୱକପର ଦୁଇଟି ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଦୁଇଟି ପରାଜୟ ବରଣ କରିବା ପରେ ଭାରତକୁ ଆଗାମୀ ମ୍ୟାଚରେ ନିଶ୍ଚିତ ଭାବରେ ଚମତ୍କାର ପ୍ରଦର୍ଶନ କରିବାକୁ ହେବ। ଏହି ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୬ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳା ଯାଇଛି ଯାହା ମଧ୍ୟରୁ ଉଭୟ ଦଳ ୮ ଟି ଲେଖାଏଁ ମ୍ୟାଚ ଜିତିଛନ୍ତି।

ind vs nz records

କିନ୍ତୁ, ଗତ କିଛି ବର୍ଷ ହେବ ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡିକରେ ନ୍ୟୁଜିଲ୍ୟାଣ୍ଡ ଭାରତ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଆସୁଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ଠାରୁ ହାରି ଯାଇଥିବାରୁ, ଏହି ମ୍ୟାଚ ଉଭୟ ଦଳଙ୍କ ପାଇଁ ବେସ୍ ଗୁରୁତ୍ୱପୂର୍ଣ୍ଣ ରହିବ।