ଯଦି ଏହି ଭୁଲ୍ ନ କରନ୍ତି ରୋହିତ ଶର୍ମା, ତେବେ ଭାରତ ଏଥର ବିଶ୍ବକପ୍ ଜିତିବା ପକ୍କା

 
World Cup

ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ଟିମ୍ ଇଣ୍ଡିଆର ଚତ୍ମକାର ପ୍ରଦର୍ଶନ ସ୍ଵାଗତ ଯୋଗ୍ୟ। ଏସିଆ କପ୍ ଠାରୁ ଆରମ୍ଭ କରି ଅନ୍ୟ ଦେଶ ସହିତ ଦିନିକିଆ ଖେଳ ଗୁଡିକରେ ମଧ୍ୟ ବିଜୟର ମୁକୁଟ ପିନ୍ଧି ସାରିଛି ଭାରତ । ଏଥି ମଧ୍ୟରେ ୱାର୍ଲଡ କପ୍ କୁ ନେଇ ପ୍ରାୟ ୧୪୦ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କର ବିଶ୍ୱାସ ରହିଛି ଭାରତୀୟ ଟିମ୍ ଉପରେ। ବର୍ତ୍ତମାନ ସୁଦ୍ଧା ବେଶ୍ ଖେଳ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ହେଲେ ଶେଷରେ ହାତୀ କାହା ମୁଣ୍ଡରେ ସୁନା କଳସୀ ଢାଳିବ ତାହା ଦେଖିବା ବାକି ରହିଛି।

Tt

ବିଶ୍ଵ କପ୍ ଟିମ୍ ଚୟନ ହେବା ପର ଠାରୁ ଯେପରି ଭାରତୀୟ କ୍ରିକେଟ ଟିମ୍ କୁ କିଏ ନଜର ଦେଇ ଦେଇଛି। ଯଦି ଏ ନେଇ ଅଧିନାୟକ ରୋହିତ ଶର୍ମା ସର୍ତକ ଓ ସଜାଗ ନ ରୁହନ୍ତି ତେବେ ହୁଏ ତ ଆଗକୁ ସମସ୍ୟା ବଢ଼ି ପାରେ। ଟିମ୍ ଇଣ୍ଡିଆକୁ ଏ ନେଇ ପୂର୍ବରୁ ପ୍ରସ୍ତୁତ ରହିବା ଉଚିତ୍ ବୋଲି ଅନେକ ମତ ଦିଅନ୍ତି। 

ବିଶ୍ଵ କପ୍ ଟିମ୍ ଚୟନ ପର ଠାରୁ ଗୋଟିଏ ପରେ ଗୋଟିଏ ଭାରତୀୟ ନାମୀଦାମୀ କ୍ରିକେଟର କ୍ଷତ ବିକ୍ଷତ ହେଉଛନ୍ତି। ପ୍ରଥମେ ଅକ୍ଷର ପଟେଲ ଫିଲ୍ଡ ରେ ଆଘାତ ପାଇବା ପରେ ଖେଳ ମଝିରେ ଶୁବମନ୍ ଗିଲ ମଧ୍ୟ ଡେଙ୍ଗୁର ଶିକାର ହୋଇଥିଲେ। ଏପରିକି ଭାରତୀୟ କ୍ରିକେଟ ଟିମ୍ ର ଉପ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଆଘାତ ର ଶିକାର ହୋଇଛନ୍ତି । 

Rohit Sharma

ତେଣୁ କରି ଏ ନେଇ ଯଦି ପୁର୍ବରୁ ଅଧିନାୟକ ରୋହିତ ଶର୍ମା ପ୍ରସ୍ତୁତ ନ ରୁହନ୍ତି ତେବେ ଭାରତର ଜିତିବାର ଆଶା ଆଶାରେ ହିଁ ରହିଯିବ ବୋଲି କୁହା ଯାଉଛି। କାରଣ ଯଦି ବିଶ୍ଵ କପ୍ ସମୟରେ ଯଦି ଏପରି କିଛି ପରିସ୍ଥିତି ଦେଖା ଦିଏ ତେବେ ଟିମ୍ ପାଇଁ ଏହା ଭାରି ପଡିପାରେ।

ବର୍ତ୍ତମାନ ସମୟକୁ ଦୃଷ୍ଟିରେ ରଖିଲେ ଅଧିନାୟକ ଭାବରେ ରୋହିତ ଶର୍ମାଙ୍କର କର୍ତ୍ତବ୍ୟ ହେଉଛି ଟିମ୍ ର ମେମ୍ବର ମାନଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଏବଂ ତାଙ୍କୁ ଉପଯୁକ୍ତ ବିଶ୍ରାମ ଦେବା ସହିତ ବ୍ୟାକପ୍ ଖେଳାଳି ମାନଙ୍କୁ ମଧ୍ୟ ପ୍ରସ୍ତୁତ ରଖିବା।