ଖୁବଶୀଘ୍ର ବଦଳିବ ବିଶ୍ୱକପର ଫର୍ମାଟ୍, ଆଗାମୀ ବିଶ୍ୱକପରେ 14ଟି ଦଳ ଖେଳିବା ସହ ବଦଳିପାରେ ଏହି ସବୁ ବଡ଼ ବଡ଼ ନିୟମ

 
Icc

ଖୁବଶୀଘ୍ର କ୍ରିକେଟ ବିଶ୍ୱକପର ମଡେଲ ବଦଳାଇବାକୁ ଯାଉଛି ଆଇସିସି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାଇ ୨୦୨୭ କ୍ରିକେଟ ବିଶ୍ୱକପ ପାଇଁ ରାଉଣ୍ଡ ରିବନ୍ ଫର୍ମାଟ୍ କୁ ବାଦ୍ ଦେବାକୁ ଯାଉଛି ଆଇସିସି। ଏହି ରିପୋର୍ଟ ଅନୁଯାଇ ଏହି ବିଶ୍ୱକପରେ ୧୪ ଟି ଟିମ୍ ଅଂଶଗ୍ରହଣ କରିବ। ଯାହାଫଳରେ ଆଇସିସି ୨୦୦୩ ବିଶ୍ୱକପରେ ବ୍ୟବହୃତ ହୋଇଥିବା ସୁପର୍ ସିକ୍ସ ମଡେଲ କୁ ପୁଣି ଅପଣାଇବା ବୋଲି ଆଶା କରାଯାଉଛି।

ଖବର ମୁତାବକ ଆଇସିସି ଦ୍ୱାରା ବିଶ୍ୱକପ ପାଇଁ ବ୍ୟବହୃତ ବିଭିନ୍ନ ଫର୍ମାଟ୍ ଉପରେ ଆଲୋଚନା ହୋଇଥିଲା। ସେଥିରେ ୧୦ ଦଳ ବିଶିଷ୍ଟ ରାଉଣ୍ଡ ରିବନ୍ ସବୁଠାରୁ ଲାଭଦାୟକ ବୋଲି ଜଣାପଡିଥିଲେ ମଧ୍ୟ ୧୦ ଟି ଟିମ୍ ନେଇ ବିଶ୍ଵକପ ଖେଳିବାକୁ ଅମଙ୍ଗ ହେଉଛି ଇଂଲଣ୍ଡ ତେଣୁ ଆଗାମୀ ବିଶ୍ଵକପ ସୁପର ସିକ୍ସ ମଡେଲରେ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୁପର ସିକ୍ସ ମଡେଲରେ ୧୪ଟି ଟିମ୍‌ ସାମିଲ ହୋଇଥାନ୍ତି। ଆଉ ସେମାନଙ୍କୁ ୨ଟି ଗ୍ରୁପରେ ବଣ୍ଟା ଯାଇଥାଏ। ଦୁଇ ଗ୍ରୁପରେ ଥିବା ଦଳ ଗୁଡ଼ିକ ପରସ୍ପର ମଧ୍ୟରେ ୬ଟି ଲେଖାଏଁ ମ୍ୟାଚ୍‌ ଖେଳନ୍ତି ଏବଂ ଦୁଇ ଗ୍ରୁପରେ ଟପ୍‌ କରିଥିବା ୩ ଦଳ ସୁପର ସିକ୍ସ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥାନ୍ତି। ପରେ ସମସ୍ତ ୬ଟି ଟିମ୍‌ ନିଜ ନିଜ ଭିତରେ ୫ଟି ଲେଖାଏଁ ମ୍ୟାଚ୍‌ ଖେଳିଥାନ୍ତି। ଏହାପରେ ସୁପର ସିକ୍ସରେ ଟପ୍‌ କରିଥିବା ଚାରୋଟି ଟିମ୍‌ ସେମିଫାଇନାଲ ପର୍ଯ୍ୟାୟରେ ପହଞ୍ଚିଥାନ୍ତି। ଶେଷଥର ପାଇଁ ଭାରତ ୨୦୦୩ ବିଶ୍ୱକପକୁ ଏହି ଫର୍ମାଟ୍ ରେ ଖେଳି ଫାଇନାଲରେ ପ୍ରବେଶ କରିଥିଲା।