ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ICC ର ବଡ଼ ନିଷ୍ପତ୍ତି, ମ୍ୟାଚ୍ ଡ୍ର କିମ୍ବା ଟାଇ ହେଲେ ଏହି ଟିମ୍ ହେବ ବିଜେତା

 
World test champion

ଜୁନ ମାସ ୧୮ ତାରିଖରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳିବାକୁ ଯାଉଛି। ସାଉଥମ୍ପଟନ୍‌ର ରୋଜ୍ ବାଉଲ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ କ୍ରିକେଟ୍ ପ୍ରେମୀମାନେ ବେସ୍ ଉତ୍ସାହିତ ଅଛନ୍ତି। ତେବେ ଏଥିନେଇ କେତେକ ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା। ଏଥିରୁ ମୁଖ୍ୟ ପ୍ରଶ୍ନ ହେଉଛି ଯଦି ଫାଇନାଲ ମ୍ୟାଚ ଡ୍ର କିମ୍ବା ଟାଇ ହୁଏ ତେବେ କେଉଁ ଦଳକୁ ବିଜେତା ଘୋଷଣା କରାଯିବ? ବହୁତ କଳ୍ପନା-ଜଳ୍ପନା ପରେ ଏହାକୁ ନେଇ ସ୍ପଷ୍ଟ କରିଛି ଆଇସିସି।

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଶୁକ୍ରବାର ଦିନ ନିଶ୍ଚିତ କରିଛି ଯେ ଯଦି ଫାଇନାଲ୍ ମ୍ୟାଚ ଡ୍ର କିମ୍ବା ଟାଇ ହୁଏ ତେବେ ଦୁଇ ଦଳଙ୍କୁ ମିଳିତ ଭାବରେ ବିଜେତା ଘୋଷିତ କରାଯିବ। ଏଥିସହିତ ପାଞ୍ଚ ଦିନିଆ ଟେଷ୍ଟ ମ୍ୟାଚରେ ଏକ ରିଜର୍ଭ ଡେ ମଧ୍ୟ ରଖାଯାଇଛି। 

ଯଦି ବର୍ଷା ହେତୁ ଏହି ଟେଷ୍ଟ ମ୍ୟାଚରେ କୌଣସି ସମୟ ନଷ୍ଟ ହୁଏ ତେବେ ମ୍ୟାଚ୍ ରେଫରି ଏହି ବଳକା ଦିନର ବ୍ୟବହାର କରିପାରିବେ। ରିଜର୍ଭ ଡେରେ ଅନ୍ୟ ଦିନମାନଙ୍କ ପରି ସମାନ ଓଭରର ଖେଳ ଜାରି ରହିବ। 

କିନ୍ତୁ ଯଦି ପାଞ୍ଚ ଦିନର ଖେଳ ପରେ ମଧ୍ୟ ମ୍ୟାଚର ଫଇସଲା ନ ହୁଏ ତେବେ ରିଜର୍ଭ ଡେର ଉପଯୋଗ କରାଯିବ ନାହିଁ। ଏଭଳି ପରିସ୍ଥିତିରେ ଉଭୟ ଦଳଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯିବ। ରିଜର୍ଭ ଡେର ବ୍ୟବହାର କରାଯିବ କି ନାହିଁ ଏହାର ସମୀକ୍ଷା ଏବଂ ଅନ୍ତିମ ନିର୍ଣ୍ଣୟ ମ୍ୟାଚ ରେଫରି କରିବେ।

ସେହିପରି ଏହି ମ୍ୟାଚ ଗ୍ରେଡ ୱାନ୍ ଡ୍ୟୁକ୍ ବଲରେ ଖେଳାଯିବ। ଏଥିସହିତ ଆହୁରି ତିନୋଟି ନୂଆ ନିୟମ ମଧ୍ୟ ଏହି ମ୍ୟାଚରେ ଲାଗୁ କରାଯିବ ଯେପରିକି ଶର୍ଟ ରନ୍ ହୋଇଥିଲେ ତୃତୀୟ ଆମ୍ପାୟାର ଆଗାମୀ ବଲ ପଡିବା ପୂର୍ବରୁ ଏହା ବିଷୟରେ ଫିଲ୍ଡ ଆମ୍ପାୟାରଙ୍କୁ ଜଣାଇବେ। LBW ରେ DRS ନିଆଯାଇଥିଲେ, ଏଥିରେ ୱିକେଟ୍ କ୍ଷେତ୍ରର ପରିସରକୁ ଷ୍ଟମ୍ପର ଶୀର୍ଷଯାଏଁ ବୃଦ୍ଧି କରାଯାଇଛି। ସେହିପରି DRS ବ୍ୟବହାର କରିବା ପୂର୍ବରୁ ଦଳ ଏହା ଉପରେ ଆମ୍ପାୟାରଙ୍କ ରାୟ ମଧ୍ୟ ନେଇପାରିବେ।