ଟି-୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଘୋଷଣା କରିଲା ଆଇସିସି, କିନ୍ତୁ ଭାରତୀୟ ଦଳ ପାଇଁ ଲଜ୍ଜା ର ବିଷୟ, ଦେଖନ୍ତୁ ଲିଷ୍ଟ 

 
Best palying 11

ଚଳିତବର୍ଷ ଚମତ୍କାର ଖେଳ ପ୍ରଦର୍ଶନ କରି ଟି-୨୦ ବିଶ୍ୱକପ ଟାଇଟେଲ ଜିତିଛି ଅଷ୍ଟ୍ରେଲିଆ। ଫାଇନାଲ୍ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଏକତାରଫା ଭାବରେ ୮ ୱିକେଟରେ ହରାଇ କଙ୍ଗାରୁ ଦଳ ଏହି କୃତିତ୍ୱ ହାସଲ କରିଛି। ବର୍ତ୍ତମାନ ଆଇସିସି ଟି୨୦ ବିଶ୍ୱକପର ଶ୍ରେଷ୍ଠ ପ୍ଲେଇଂ ୧୧ ବାଛିଛି। ତେବେ, ଏଥିରେ ଭାରତର କୌଣସି ଖେଳାଳିଙ୍କୁ ସ୍ଥାନ ମିଳିପାରି ନାହିଁ।

Australia

ଆଇସିସିର ଚୟନ କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ତାଲିକାରେ:- ଡେଭିଡ୍ ଓ୍ୱାର୍ଣ୍ଣର-ଅଷ୍ଟ୍ରେଲିଆ-୨୮୯ ରନ୍, ଜସ୍ ବଟଲର- ଇଂଲଣ୍ଡ-୨୬୯ ରନ୍, ବାବର ଆଜମ-ପାକିସ୍ତାନ(ଅଧିନାୟକ), ଚରିଥ ଅସାଲଙ୍କା-ଶ୍ରୀଲଙ୍କା-୨୩୧ ରନ୍, ଆଡନ ମର୍କରମ-ଦକ୍ଷିଣ ଆଫ୍ରିକା-୧୬୨ ରନ୍, ମୋଇନ ଅଲ୍ଲୀ- ଇଂଲଣ୍ଡ- ୯୨ ରନ୍-୭ ଓ୍ୱିକେଟ୍, ବି ହାସରଙ୍ଗା-ଶ୍ରୀଲଙ୍କା-୧୬ ଓ୍ୱିକେଟ୍, ଆଡମ ଜାମ୍ପା-ଅଷ୍ଟ୍ରେଲିଆ-୧୩ ଓ୍ୱିକେଟ୍, ଟ୍ରେଣ୍ଟ୍ ବୋଲ୍ଟ-ନ୍ୟୁଜିଲାଣ୍ଡ-୧୩ ଓ୍ୱିକେଟ୍,  ଆନରିକ୍ ନର୍କିୟା-ଦକ୍ଷିଣ ଆଫ୍ରିକା-୯ ଓ୍ୱିକେଟ୍ ଏବଂ ଦ୍ଵାଦଶ ଖେଳାଳି ଭାବରେ ସାହିନ ଆଫ୍ରିଦି-ପାକିସ୍ତାନ-୭ ଓ୍ୱିକେଟ୍ ସାମିଲ ରହିଛନ୍ତି।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ନିଜର ପ୍ରଥମ ଦୁଇଟି ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ଗ୍ରୁପ ପର୍ଯ୍ୟାୟରୁ ବାହାରି ଯାଇଥିଲା। ଭାରତ ପାଇଁ କେଏଲ ରାହୁଲ ଏବଂ ଯଶପ୍ରୀତ ବୁମ୍ରା ସର୍ବାଧିକ ରନ୍ ଏବଂ ୱିକେଟ୍ ନେଇଥିଲେ ହେଁ ରେଟିଂ କମ ଥିବାରୁ ସେମାନଙ୍କୁ ଏହି ତାଲିକାରେ ସାମିଲ କରାଯାଇ ନାହିଁ।

t20 list