ଦେଖନ୍ତୁ ଭିଡ଼ିଓ: IPL ରେ ଧୋନି କଲେ ଡବଲ ଶତକ, ଏହି ବଡ଼ ରେକର୍ଡ କଲା ପରେ କହିଲେ ମୁ ବୁଢା ହୋଇଗଲିଣି, ଭାଇରଲ ହେଲା ଭିଡ଼ିଓ

 
ଦେଖନ୍ତୁ ଭିଡ଼ିଓ: IPL ରେ ଧୋନି କଲେ ଡବଲ ଶତକ, ଏହି ବଡ଼ ରେକର୍ଡ କଲା ପରେ କହିଲେ ମୁ ବୁଢା ହୋଇଗଲିଣି, ଭାଇରଲ ହେଲା ଭିଡ଼ିଓ

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶୁକ୍ରବାର ଦିନ CSK ପାଇଁ ନିଜର 200 ତମ ମ୍ୟାଚ୍ ଖେଳିଛନ୍ତି। ଧୋନି ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଏହି କୃତିତ୍ୱ ହାସଲ କରିଛନ୍ତି। ତେବେ ମ୍ୟାଚ୍ ପରେ ଯେତେବେଳେ ତାଙ୍କୁ ଏହି ସଫଳତା ବିଷୟରେ ପ୍ରଶ୍ନ ପଚରାଗଲା, ସେତେବେଳେ ସେ ଏହାକୁ ନେଇ ଏକ ଅତି ମଜାଳିଆ ଉତ୍ତର ଦେଇଥିଲେ।

ମ୍ୟାଚ୍ ପରେ ଧୋନିଙ୍କୁ ପଚରାଯାଇଥିଲା ଯେ ଆପଣ ଗୋଟିଏ ଫ୍ରାଞ୍ଚାଇଜ୍ ପାଇଁ ୨୦୦ ମ୍ୟାଚ୍ ଖେଳିବା ନେଇ କିପରି ଅନୁଭବ କରୁଛନ୍ତି?  ଏହି ପ୍ରଶ୍ନର ଉତ୍ତର ଦେଇ ଧୋନି ହସି କହିଲେ, 'ମୁଁ ଭାବୁଛି ମୁଁ ବହୁତ ବୁଢ଼ା ହୋଇଗଲାଣି। ଏହା ଏକ ଦୀର୍ଘ ଯାତ୍ରା ଅଟେ। ଏହି ସମୟ ମଧ୍ୟରେ ଆମେ ବିଭିନ୍ନ ପରିସ୍ଥିତିରେ ଏବଂ ଦେଶରେ ଖେଳିଥିଲୁ, ଏହା ଏକ ବିଶେଷ ଯାତ୍ରା ଥିଲା। ଆମେ ଭାରତରେ, ଦକ୍ଷିଣ ଆଫ୍ରିକାରେ ଏବଂ ୟୁଏଇରେ ମଧ୍ୟ ଖେଳିଛୁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏମଏସ ଧୋନି ଇଣ୍ଡିଆନ ପ୍ରିମିୟର ଲିଗ ରେ CSK ପାଇଁ ୧୭୬ ଟି ମ୍ୟାଚରେ ଭାଗ ନେଇଛନ୍ତି। ଏହା ବ୍ୟତୀତ ଧୋନି ଚାମ୍ପିଅନ୍ସ ଲିଗ୍ ଟି-୨୦ (CLT20) ଟୁର୍ନାମେଣ୍ଟରେ ୨୪ ଟି ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ପ୍ରତିନିଧିତ୍ୱ କରିଛନ୍ତି। ଇତି ମଧ୍ୟରେ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ତିନିଥର ଆଇପିଏଲ୍ ଜିତିବାରେ ସଫଳ ହୋଇଛି।