ଧୋନି ହୋଇ ପାରିବେ ନାହିଁ ଇଣ୍ଡିଆ କ୍ରିକେଟ ଟିମ୍ ର ହେଡ୍ କୋଚ, ରହିଛି ଏହି ବଡ଼ କାରଣ

 
Dhoni

ଖାଲି ପଡ଼ିବାକୁ ଯାଉଛି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ସ୍ଥାନ ! ଇଣ୍ଡିଆନ କ୍ରିକେଟ ଟିମ୍ ର କୋଚ ଭାବେ କାର୍ଯ୍ୟରତ ଥିବା କ୍ରିକେଟର ରାହୁଲ ଦ୍ରାବିଡଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।

 Follow our WhatsApp channel and get all the Latest news

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

କୋଚ ସ୍ଥାନକୁ ଏବେ ପୂରଣ କରିବ କିଏ ? ଏହି ପ୍ରଶ୍ନର ଉତ୍ତର ପାଇଁ ଏବେ ସମସ୍ତଙ୍କ ନଜର ରହିଛି ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ । କାରଣ ତାଙ୍କ ନେତୃତ୍ୱ ଉପରେ ସମସ୍ତଙ୍କର ଦୃଢ଼ ବିଶ୍ବାସ ରହିଛି । 

R

ହେଲେ ଯେହେତୁ ବର୍ତ୍ତମାନ ମଧ୍ୟ ଧୋନି ସିଏସକେ ଟିମ୍ ରେ ଖେଳୁଛନ୍ତି ତେଣୁ କରି ସେ ଏହି ନେତୃତ୍ୱ ନେଇ ପାରିବେ ନାହିଁ । କାରଣ ଭାରତୀୟ ଟିମ୍ ର ମୂଖ୍ୟ କୋଚ ହେବା ପାଇଁ ହେଲେ ଖେଳ ସମ୍ପୂର୍ଣ୍ଣ ଛାଡ଼ିବା ପାଇଁ ପଡିବ । 

୨୦୨୪ ଟି ୨୦ ବିଶ୍ଵ କପ୍ ପରେ ଶେଷ ହେବାକୁ ଯାଉଛି କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ବିସିସିଆଇ ସଚିବ ଜୟ ଶାହା ଏ ନେଇ ସୂଚନା ଦେଇଥିବା ବେଳେ ଖୁବ୍ ଶୀଘ୍ର ନୂତନ କୋଚ ପାଇଁ ଆବେଦନ ବାହାରିବ ବୋଲି କହିଛନ୍ତି ।