ଦେଖନ୍ତୁ ଭିଡ଼ିଓ: ପଡ଼ିଆ ମଝିରେ ଘଟିଲା ଦୁର୍ଘଟଣା,ପାକ୍ ବୋଲରଙ୍କ ବାଉନ୍ସର୍ ରେ ଭାଙ୍ଗିଗଲା ବ୍ୟାଟ୍ସମାନ୍ ଙ୍କ ହେଲମେଟ୍,ଆଉ ତା ପରେ….

 
ଦେଖନ୍ତୁ ଭିଡ଼ିଓ: ପଡ଼ିଆ ମଝିରେ ଘଟିଲା ଦୁର୍ଘଟଣା,ପାକ୍ ବୋଲରଙ୍କ ବାଉନ୍ସର୍ ରେ ଭାଙ୍ଗିଗଲା ବ୍ୟାଟ୍ସମାନ୍ ଙ୍କ ହେଲମେଟ୍,ଆଉ ତା ପରେ….

ଶୁକ୍ରବାର ଦିନ ଜିମ୍ବାୱେ ଓ ପାକିସ୍ତାନ ମଧ୍ୟରେ ଦୂତୀୟ ଟି-୨୦ ମ୍ୟାଚ ଖେଳା ଯାଇଥିଲା। ହରାରେ ଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଜିମ୍ବାୱେ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ତେବେ ଏହି ମ୍ୟାଚ୍‌ରେ ୨୦ ବର୍ଷୀୟ ଦ୍ରୁତ ବୋଲର ଅର୍ଶଦ ଇକବାଲ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ।  ତାଙ୍କର ଡେବ୍ୟୁ ମ୍ୟାଚରେ ଅର୍ଶଦ ଏକ ବିପଜ୍ଜନକ ବାଉନ୍ସର ପକାଇଥିଲେ ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ଜିମ୍ବାୱେ ଇନିଂସର ସପ୍ତମ ଓଭର ନେଇ ଆସିଥିଲେ ଅର୍ଶଦ ଇକବାଲ, ଏହି ଓଭରର ତୃତୀୟ ବଲରେ ଇକବାଲ ଏକ ଦ୍ରୁତ ବାଉନ୍ସର ଫିଙ୍ଗିଥିଲେ ଯାହା ଜିମ୍ବାୱେ ବ୍ୟାଟ୍ସମ୍ୟାନ୍ ଟିନାସେ କାମୁନହୁକାମୱେଙ୍କ ହେଲମେଟ ରେ ବାଜିଥିଲା। ବଲ୍ ଟି ଏତେ ଜୋରରେ ବାଜିଥିଲା ଯେ ଟିନସେଙ୍କ ହେଲମେଟ୍ ଭାଙ୍ଗିଯାଇ ଥିଲା ଏବଂ ମୁଣ୍ଡରୁ ଖସି ପଡି ପିଚ୍ ଉପରେ ପଡିଯାଇଥିଲା। 


ତେବେ ଏହି ଘଟଣା ପରେ ଖେଳାଳି ମାନଙ୍କ ମଧ୍ୟରେ କାମୁନହୁକାମୱେଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ ଭୟ ଖେଳିଯାଇଥିଲା। ଏହା ପରେ ଫିଜିଓ ପଡ଼ିଆ ମଧ୍ୟକୁ ଆସି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ। ତେବେ ଭାଗ୍ୟବଶତଃ ତାଙ୍କୁ ଅଧିକ ଆଘାତ ଲାଗିନଥିବାରୁ ସେ ପୁଣି ବ୍ୟାଟିଂ କରି ପାରିଥିଲେ। ଏହି ମ୍ୟାଚ ରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ରେ ୧୧୮ ରନ୍ କରିପାରିଥିଲା। ପାକିସ୍ତାନ ୧୧୯ ରନ୍ ର ସହଜ ବିଜୟ ଲକ୍ଷ କୁ ପିଛା କରି ମାତ୍ର ୯୯ ରନ୍ ରେ ଅଲଆଉଟ ହୋଇଯାଇଥିଲା। ଏହି ବିଜୟ ସହ ଜିମ୍ବାୱେ ଏହି ଟି-୨୦ ସିରିଜ଼ କୁ ୧-୧ ର ସମାନ ସ୍ଥିତି କୁ ନେଇଆସିଛି।