ଦିନେ ଏହି କାମ ପାଇଁ ଆଇପିଏଲରୁ ବ୍ୟାନ ହେଇଥିଲେ ଜାଡେଜା, ଏଥର ବ୍ୟାନ ହେବେ ହାର୍ଦିକ ପାଣ୍ଡ୍ୟା!

 
Hardik pandya
କ୍ରିକେଟ୍ ଖେଳରୁ ବ୍ୟାନ୍ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ? ଏପରି ଏକ ଆଶ୍ଚର୍ଯ୍ୟଜନକ କଥା ଶୁଣିବାକୁ ମିଳୁଛି ସୋସିଆଲ ମିଡ଼ିଆରୁ ପାଣ୍ଡ୍ୟା ନିଜ ନିଷ୍ପତ୍ତି ପାଇଁ ବ୍ୟନ୍ ହେବେ ଖେଳରୁ । ଏମିତି ଏକ କଥା ଶୁଣିବାରୁ ଏବେ ସମସ୍ତେ ଏହାର ସତ୍ୟତା ଜାଣିବା ପାଇଁ ବେଶ୍ ଆଗ୍ରହୀ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ପଛର କାହାଣୀ ।

Hardik pandya

ଯଦି ୨୦୧୦ ମସିହା କଥା ଆପଣଙ୍କର ମନେଥାଏ ତେବେ ସେତେବେଳେ ପ୍ରାୟ ୧ବର୍ଷ ପାଇଁ କ୍ରିକେଟ ରୁ ବ୍ୟାନ ହୋଇଥିଲେ ରବୀନ୍ଦ୍ର ଜାଡେଜା । ୨୦୧୦ ରେ ଜାଡେଜା ରାଜସ୍ଥାନ ପକ୍ଷରୁ ଖେଳୁଥିଲେ । ଟିମ୍ ସହିତ ନିଜର ଚୁକ୍ତି ପୁରା ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ରେ ଖେଳିବାକୁ ଚାହୁଁଥିଲେ ଜାଡେଜା । 

ହେଲେ ରାଜସ୍ଥାନ ତାଙ୍କୁ ଛାଡି ନ ଥିଲା । ହେଲେ ଜାଡେଜା ଟିମ୍ ଛାଡ଼ି ଯିବା ପାଇଁ ଜିଦ୍ କରିବାରୁ ୧ବର୍ଷ ପାଇଁ ବ୍ୟାନ୍ କରା ଯାଇଥିଲା ତାଙ୍କୁ । ଏଭଳି କିଛି ଘଟଣା ପୁଣି ଦେଖିବାକୁ ମିଳିଛି ହାର୍ଦ୍ଦିକଙ୍କ କ୍ଷେତ୍ରରେ ।

ଯାହାକୁ ନେଇ ପ୍ରଶ୍ନ କରିଛନ୍ତି କେକେଆର୍ ର ଡାଇରେକ୍ଟର ଜୟ ଭଟ୍ଟାଚାର୍ଯ୍ୟ । ସେ କହିଛନ୍ତି ହାର୍ଦ୍ଦିକଙ୍କୁ ବ୍ୟାନ କରାଯିବାର ଆବଶ୍ୟକତା ରହିଛି । ନିକଟରେ ପାଣ୍ଡ୍ୟା ଗୁଜୁରାଟ ଟିମ୍ ଛାଡ଼ି ଏମଆଇ ରେ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ହେଲେ ଗୁଜୁରାଟ ତାଙ୍କୁ ଛାଡ଼ିବା ପାଇଁ ନାରାଜ । ଏଥି ମଧ୍ୟରେ ହାର୍ଦ୍ଦିକଙ୍କୁ ନେଇ ଦଳ କଣ ନିଶ୍ପତ୍ତି ନେଉଛି ତାହା ଦେଖିବା ବାକି ରହିଲା ।