ପୁଣିଥରେ ବାହା ହେବେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, କରିବେ ଦ୍ୱିତୀୟ ବିବାହ, ଜାଣନ୍ତୁ କାହାକୁ

 
Hardik Pandya

ପୁଣିଥରେ ବିବାହ କରିବେ ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ଅଲରାଉଣ୍ଡର୍ ହାର୍ଦିକ୍ ପାଣ୍ଡ୍ୟା। କଥାଟି ଶୁଣି ଚମକି ପଡ଼ିଲେ କି? କିନ୍ତୁ, ଏହା ସତ ଅଟେ ଅବଶ୍ୟ ହାର୍ଦିକ ନିଜ ନତାଶାଙ୍କୁ ହିଁ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି। ପୂର୍ବରୁ ସେ ନତାସାଙ୍କୁ ବିବାହ କରିଥିଲେ ହେଁ ଏଥର ଧୂମଧାମରେ ପୁଣିଥରେ ସେମାନଙ୍କର ବିବାହ ଅନୁଷ୍ଠିତ ହେବ।

Hardik pandya

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାର୍ଦିକଙ୍କ ସ୍ତ୍ରୀ ସର୍ବିଆର ଜଣାଶୁଣା ଅଭିନେତ୍ରୀ ତଥା ଡ୍ୟାନ୍ସର ନତାଶା ଷ୍ଟାନକୋବିଚ୍ ଅଟନ୍ତି। ୨୦୨୦ ମସିହାରେ ତାଙ୍କର ଏବଂ ହାର୍ଦିକଙ୍କର ବିବାହ ହୋଇଥିବା ଖବର ଆସିଥିଲା। ଏପରିକି ସେହି ସମୟରେ ସେ ଗର୍ଭବତୀ ଥିବା ମଧ୍ୟ ଜଣାପଡିଥିଲା।

Couple

ବର୍ତ୍ତମାନ ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ତେବେ, ଆଗାମୀ ଭ୍ୟାଲେଣ୍ଟାଇନ୍ସ ଡେ ଦିନ ଉଭୟେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି। ଉଦୟପୁର ଠାରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ବିବାହ କାର୍ଯ୍ୟକ୍ରମ ଫେବୃଆରି ୧୩ରୁ ଆରମ୍ଭ ହୋଇ ଫେବୃଆରି ୧୬ ପର୍ଯ୍ୟନ୍ତ ଚାଲିବ।