ଖରାପ ଫର୍ମ ହେତୁ ବିଶ୍ଵକପ ପରେ ଭାରତୀୟ ଦଳରୁ ବାହାରିଯିବେ ଏହି ୨ ଷ୍ଟାର ଖେଳାଳୀ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

 
Team india

ଚଳିତବର୍ଷ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଏପର୍ଯ୍ୟନ୍ତ ନୈରାଶ୍ୟଜନକ କରିଛି। ପାକିସ୍ତାନ ଏବଂ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟ ବରଣ କରିବା ପରେ ଭାରତୀୟ ଦଳ ବିଶ୍ୱକପରୁ ବାଦ ପଡିବାର ଯଥେଷ୍ଟ ଆଶଙ୍କା ରହିଛି। ବୁଧବାର ଦଳ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ମ୍ୟାଚ୍ ଖେଳିବାକୁ ଯାଉଛି ଯେଉଁଥିରେ ପରାଜୟ ବରଣ କରିଲେ ଟୁର୍ନାମେଣ୍ଟରେ ଟିମ୍ ଇଣ୍ଡିଆର ଯାତ୍ରା ସମାପ୍ତ ହୋଇଯିବ। ତେବେ ଏହି ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ଟି-୨୦ ଏବଂ ୨ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି।

Bhuvi hardik

 

ତେବେ, ଏହି ସିରିଜ୍ ସମୟରେ ଟିମ୍ ଇଣ୍ଡିଆରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ରୋହିତ ଶର୍ମାଙ୍କୁ ଟି-୨୦ ଦଳର ଅଧିନାୟକତ୍ୱ ଦିଆଯାଇପାରେ। ଏହା ବ୍ୟତୀତ ଫିଟନେସ୍ ଏବଂ ଫର୍ମ ସହ ସଂଘର୍ଷ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାରଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିନପରେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଫିଟନେସ୍ ଏବଂ ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ପାଣ୍ଡ୍ୟା ଏବଂ ଭୁବନେଶ୍ୱର ନିକଟ ଭବିଷ୍ୟତରେ ଦଳରୁ ବାଦ୍ ପଡ଼ିବାକୁ ଯାଉଛନ୍ତି। ଏହି ଖେଳାଳିଙ୍କ ସ୍ଥାନରେ ରିତୁରାଜ ଗାଇକୱାଡ ଏବଂ ଆଭେଶ ଖାନଙ୍କୁ ଦଳରେ ସୁଯୋଗ ମିଳିପାରେ।

Ruturaj and avesh

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାର୍ଦିକ ପାଣ୍ଡ୍ୟା ପିଠି ଅସ୍ତ୍ରୋପଚାର ପରେ ଦୀର୍ଘ ଦିନ ପରେ ଦଳକୁ ଫେରିଛନ୍ତି। କିନ୍ତୁ, ସେ ପୂର୍ବପରି ଫର୍ମ ବଜାୟ ରଖିପାରି ନାହାଁନ୍ତି। ଆଇପିଏଲରେ ବ୍ୟାଟରେ ସେପରି ଭଲ ପ୍ରଦର୍ଶନ କରିପାରିନଥିବା ବେଳେ ଟି-୨୦ ବିଶ୍ୱକପରେ ମଧ୍ୟ ସେ ଦୁଇଟି ମ୍ୟାଚରେ ମାତ୍ର ୩୫ ରନ୍ କରିପାରିଛନ୍ତି। ସେହିପରି ଦୀର୍ଘ ଦିନ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ସେ ବୋଲିଂ କରିଥିଲେ ହେଁ ସେପରି କିଛି ପ୍ରଭାବ ପକାଇ ପାରିନଥିଲେ। ଅନ୍ୟପକ୍ଷରେ ଷ୍ଟାର ବୋଲର ଭୁବନେଶ୍ୱର କୁମାର ମଧ୍ୟ ସମାନ ସ୍ଥିତିରେ ଅଛନ୍ତି। ଆଘାତଜନିତ ସମସ୍ୟା ପରେ ଦଳକୁ ଫେରିଥିବା ଭୁବନେଶ୍ୱର ଆଇପିଏଲରେ ମାତ୍ର ୬ଟି ୱିକେଟ୍ ନେଇଥିବା ବେଳେ ବିଶ୍ୱକପରେ ନିଷ୍କ୍ରିୟ ସାବ୍ୟସ୍ତ ହୋଇଛନ୍ତି।