ମନଜ ତିୱାରୀଙ୍କୁ ମନ୍ତ୍ରୀ ହେବାର ଶୁଭେଚ୍ଛା ଜଣାଇ ବିବାଦରେ ଫସିଲେ ହରଭଜନ, କହିଥିଲେ ମନଜ ତମେ...

 
ମନଜ ତିୱାରୀଙ୍କୁ ମନ୍ତ୍ରୀ ହେବାର ଶୁଭେଚ୍ଛା ଜଣାଇ ବିବାଦରେ ଫସିଲେ ହରଭଜନ, କହିଥିଲେ ମନଜ ତମେ...

ଚଳିତ ବର୍ଷ ପଶ୍ଚିମବଙ୍ଗରେ ଗଠନ ହୋଇଥିବା ମମତା ସରକାରରେ ଭାରତୀୟ କ୍ରିକେଟର ମନୋଜ ତିୱାରୀଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବ ମନ୍ତ୍ରୀ ପଦ ଦିଆଯାଇଛି। ଏଠାରେ କହି ରଖୁଛୁ ଯେ ମମତା ବାନାର୍ଜୀଙ୍କ ଦଳ ତୃଣମୁଳ କଂଗ୍ରେସ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​୨୦୦ ରୁ ଅଧିକ ସିଟ୍ ଜିତି ସେଠାରେ ପୁଣି ଥରେ ସରକାର ଗଠନ କରିଛି। 

ଟିଏମସି ତରଫରୁ ଏଥର ମନୋଜ ତିୱାରୀ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରି ଜିତିବା ସହ ମନୋଜ ତିୱାରୀ ତାଙ୍କ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ତେବେ ଏହି ଅବସରରେ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂ ମନୋଜ ତିୱାରୀଙ୍କୁ ଏକ ଟ୍ୱିଟ ଜରିଆରେ ଶୁଭେଚ୍ଛା ଜଣାଇଥିଲେ କିନ୍ତୁ ଏହି ଟ୍ୱିଟଟି ବର୍ତ୍ତମାନ ବେସ୍ ବିବାଦୀୟ ହୋଇପଡିଛି।

ହରଭଜନ ସିଂ ନିଜ ଟ୍ୱିଟ ଜରିଆରେ କହିଥିଲେ ଯେ, "ଅଭିନନ୍ଦନ ମନୋଜ ତିୱାରୀ, ଆପଣଙ୍କ କ୍ୟାରିଅରରେ ଯାହା ଘଟିଥିଲା ତାହା କୌଣସି ପିଲାଙ୍କ ସହିତ ଏହା ଘଟିବାକୁ ଦିଅନ୍ତୁ ନାହିଁ। ଭଗବାନ଼ ତୁମର ମଙ୍ଗଳ କରନ୍ତୁ!  ଶୁଭେଚ୍ଛା"। ତେବେ ଏହି ଟ୍ୱିଟ କରିବାର କିଛି ସମୟ ପରେ ସେ ଏହାକୁ ଡିଲିଟ୍ କରି, ଆଉ ଏକ ନୂଆ ଟ୍ୱିଟ ଦ୍ୱାରା ଶୁଭେଚ୍ଛା ବାର୍ତା ଦେଇଥିଲେ।


କିନ୍ତୁ ସୋସିଆଲ ମିଡିଆରେ ହରଭଜନ ସିଂଙ୍କ ଏହି ଟ୍ୱିଟର ସ୍କ୍ରିନସଟ ଭାଇରାଲ ହୋଇଯାଇଥିଲା, ଯାହା ମନୋଜଙ୍କ ପ୍ରଶଂସକମାନଙ୍କୁ ପସନ୍ଦ ଆସିନଥିଲା ଏବଂ ଏଥିନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମନୋଜ ତିୱାରୀ ଭାରତ ପାଇଁ ୧୨ ଟି ଏକଦିବସୀୟ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।

ଏକଦିବସୀୟ କ୍ରିକେଟ୍ ରେ ତାଙ୍କର ଏକ ଶତକ ମଧ୍ୟ ରହିଛି। ସେହିପରି ଆଇପିଏଲରେ ମନୋଜ ୯୮ ଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୧,୬୯୫ ରନ୍ କରିଛନ୍ତି। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ୩୫ ବର୍ଷିୟ ମନୋଜ ତିୱାରୀ ଶିବପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଜିତିଥିଲେ। ସେ ୩୨ ହଜାରରୁ ଅଧିକ ଭୋଟରେ ବିଜେପିର ରତନ ଚକ୍ରବର୍ତ୍ତୀଙ୍କୁ ପରାସ୍ତ କରିଥିଲେ।