DRS ବିବାଦ: ଷ୍ଟମ୍ପ ମାଇକ ରେ ଏମିତି କଣ କହିଦେଲେ କୋହଲି ଯେ ଗୌତମ ଗମ୍ଭୀର ହେଲେ କ୍ରୋଧିତ ?

 
Gautam gambhir

କେପଟାଉନରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଏଥିସହିତ ୨-୧ ବ୍ୟବଧାନରେ ଏହି ସିରିଜକୁ ମଧ୍ୟ ହାତେଇ ନେଇଛି ଦକ୍ଷିଣ ଆଫ୍ରିକା। ତେବେ, ଏହି ଟେଷ୍ଟରେ ଡ଼ିଆରଏସ୍ କୁ ନେଇ ବିବାଦ ଦେଖା ଦେଇଛି। ତୃତୀୟ ଟେଷ୍ଟର ତୃତୀୟ ଦିନରେ ଡ଼ିନ ଏଲଗାରଙ୍କର ଏଲ ଏଲବିଡବ୍ଲୁ ଆଉଟର ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇଥିଲା। ଏହାପରେ ଭାରତୀୟ ଖେଳାଳିମାନେ ଷ୍ଟମ୍ପ ମାଇକରେ ଗାଳି କରୁଥିବା ଦେଖିବାକୁ ମିଳିଥିଲା।

Gautam gambhir

ଏଥିନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିଥିବା ବେଳେ ପୂର୍ବତନ ଭାରତୀୟ ଖେଳାଳି ଏଥିନେଇ ବିରାଟ କୋହଲିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ,“କୋହଲି ବହୁତ ଅପରିପକ୍ୱ।  ଜଣେ ଭାରତୀୟ ଅଧିନାୟକଙ୍କ ପାଇଁ ଷ୍ଟମ୍ପସ୍ ମାଇକ୍ ରେ ଏହା କହିବା ସବୁଠାରୁ ଖରାପ ଉଦାହରଣ ସୃଷ୍ଟି କରିବ। ଏହା କରିବା ଦ୍ୱାରା ଆପଣ ଯୁବକମାନଙ୍କ ପାଇଁ ଏକ ଆଦର୍ଶ ହେବାକୁ ସମର୍ଥ ହେବେ ନାହିଁ। ଦ୍ରାବିଡ ନିଶ୍ଚିତ ଭାବରେ ତାଙ୍କ ସହ ଏହି ପ୍ରସଙ୍ଗରେ କଥା ହେବେ।"

Drs

ଏଠାରେ ଉଲ୍ଲେଖଯୋଗ୍ୟ ଯେ କେବଳ ବିରାଟ କୋହଲି ନୁହେଁ ବରଂ ଦଳର ଅନ୍ୟ ଖେଳାଳିମାନେ ମଧ୍ୟ ଏହି ମ୍ୟାଚର ବ୍ରଡକାଷ୍ଟର ସୁପରସ୍ପୋର୍ଟକୁ ଷ୍ଟମ୍ପ ମାଇକରେ ଗାଳି କରୁଥିବା ଦେଖିବାକୁ ମିଳିଥିଲା। ଭାରତୀୟ ବୋଲର ଆର ଅଶ୍ୱିନ-"ଜିତିବା ପାଇଁ ବହୁତ ଉପାୟ ଅଛି ସୁପରସ୍ପୋର୍ଟ" ବୋଲି କହିଥିବା ବେଳେ କେଏଲ ରାହୁଲ-"ପୁରା ଦେଶେ ୧୧ ଜଣଙ୍କ ବିରୋଧରେ ଖେଳୁଛି" ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ।