ବିଶ୍ବକପ୍ ସମୟରେ ପଡ଼ିଆ ଭିତରେ ପଶି ଗିରଫ ହେଲେ ଯୁବକ, ପୋଲିସର ମାଡ଼ ବାଜିବାକୁ ସବୁ ସତ ଓଗାଳି ଦେଲେ

ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ବିଶ୍ୱକପ 2023 ର ଅନ୍ତିମ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ 6 ୱିକେଟରେ ପରାସ୍ତ କରିଛି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ଭିଭିଆଇପି ବହୁ ସଂଖ୍ୟାରେ ଦର୍ଶକଙ୍କ ସହ ଉପସ୍ଥିତ ଥିବାରୁ ମ୍ୟାଚ୍ ସମୟରେ ଷ୍ଟାଡିୟମରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ତେବେ ଏହି ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖାଯାଇଥିଲା । କାରଣ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱକପ୍ ମ୍ୟାଚ୍ ସମୟରେ ଜଣେ ପାଲେଷ୍ଟାଇନ ସମର୍ଥକ ପଡ଼ିଆରେ ପ୍ରବେଶ କରି ବିରାଟ କୋହଲିଙ୍କୁ ପଛରୁ ଜାବୁଡ଼ି ଧରିଥିଲେ ।
ପରେ ପୋଲିସ ତୁରନ୍ତ ତାଙ୍କୁ ଗିରଫ କରି ଚାନ୍ଦଖେଡ଼ା ପୋଲିସ ଷ୍ଟେସନକୁ ନେଇ ଯାଇଥିଲା । ଗିରଫ ହୋଇଥିବା ପାଲେଷ୍ଟାଇନ ସମର୍ଥକଙ୍କ ବିରୋଧରେ ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା 332 ଏବଂ 447 ଅନୁଯାୟୀ ମାମଲା ରୁଜୁ କରିଛି ।
ଗିରଫ ଯୁବକଙ୍କ ନାମ ଜନସନ ବୋଲି ଜଣାପଡ଼ିଛି । ତେବେ ପଡ଼ିଆରେ ପ୍ରବେଶ କରିବାବେଳେ ଜନସନ ପାଲେଷ୍ଟାଇନକୁ ସମର୍ଥନର ଟି-ସାର୍ଟ ପିନ୍ଧିଥିବା ବେଳେ ମାସ୍କ ବି ସେଭଳି ପିନ୍ଧିଥିଲେ । ପୋଲିସ ଜନସନଙ୍କୁ ପୋଲିସ ଷ୍ଟେସନରେ ପଚରାଉଚରା କରିଥିଲା । ଏହି ସମୟରେ ଜନସନ ପୋଲିସ ସାମ୍ନାରେ ସତ ଓଗାଳି ଥିଲେ ।
ଜନସନ ପୋଲିସକୁ କହିଛନ୍ତି, 'ମୁଁ ଜଣେ ପ୍ରାଙ୍କ ଷ୍ଟାର । ମୁଁ ଅଷ୍ଟ୍ରେଲିଆ ନାଗରିକ । ବିରାଟଙ୍କ ଜଣେ ବଡ଼ ପ୍ରଶଂସକ । ତାଙ୍କୁ ଭେଟିବା ପାଇଁ ମୁଁ ଷ୍ଡାଡିୟମ ଭିତରେ ପ୍ରବେଶ କରିଥିଲି । ମୁଁ ପାଲେଷ୍ଟାଇନକୁ ବି ସମର୍ଥନ କରେ । ଏହି ଘଟଣା ପୂର୍ବରୁ ମୁଁ ଅଷ୍ଟ୍ରେଲିଆରେ ଆୟୋଜିତ ରଗବି ବିଶ୍ବକପ ଓ ଫୁଟବଲ ବିଶ୍ବକପ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ପଡ଼ିଆ ଭିତରକୁ ପ୍ରବେଶ କରିଥିଲି । ଯେଉଁଥିପାଇଁ ମୋତେ ଦଣ୍ଡ ବି ମିଳିଥିଲା ।’