IPL 2021: ଅଜବ ଭାବରେ ଆଉଟ ହେବା ପରେ ସିଢ଼ି ଉପରେ ହତାଶ୍ ହୋଇ ବସିଥିଲେ ଆଣ୍ଡ୍ରେ ରସେଲ୍, ଫଟୋ ହେଲା ଭାଇରଲ

 
IPL 2021: ଅଜବ ଭାବରେ ଆଉଟ ହେବା ପରେ ସିଢ଼ି ଉପରେ ହତାଶ୍ ହୋଇ ବସିଥିଲେ ଆଣ୍ଡ୍ରେ ରସେଲ୍, ଫଟୋ ହେଲା ଭାଇରଲ

ଗତକାଲି ଆଇପିଏଲ୍ ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ କୋଲକାତା ନାଇଟ୍ ରାଇଡର୍ସ କୁ ୧୮ ରନରେ ପରାସ୍ତ କରିଛି।  ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୨୦ ରନ୍ କରିପାରିଥିଲା। ଏହାପରେ ଏହି ବିଶାଳ ସ୍କୋର କୁ ପିଛା କରି କୋଲକାତା ଦଳ ଏକ ସମୟରେ ୩୨ ରନ ରେ ୫ ୱିକେଟ୍ ହରାଇଥିଲା।

କିନ୍ତୁ ଆଣ୍ଡ୍ରେ ରସଲ୍ ଏହାପରେ ମାତ୍ର ୨୨ ବଲରୁ ୫୪ ରନ୍ ସଂଗ୍ରହ କରି ଏକ ବିସ୍ଫୋରକ ଇଂନିଂସ ଖେଳିବା ସହ କୋଲକାତା କୁ ବିଜୟର ଆଶା ଦେଇଥିଲେ

କିନ୍ତୁ ଦ୍ୱାଦଶ ଓଭରରେ ରସଲ୍ ସାମ କରନ୍ ଙ୍କର ଏକ ବଲ୍ ରେ ଅଦ୍ଭୁତ ଉପାୟରେ ଆଉଟ ହୋଇ ଯାଇଥିଲେ। ପ୍ରକୃତରେ କରନ୍ ରସେଲ୍ ଙ୍କ ଗୋଡ଼ ଆଡକୁ ବଲ୍ ପକାଇ ଥିବା ବେଳେ ଏହାକୁ ଜଜ୍ କରିନପାରି ରସେଲ୍ ବଲଟିକୁ ଛାଡ଼ିଦେଇଥିଲେ ଯାହା ଫଳରେ ସେ ବୋଲ୍ଡ ଆଉଟ ହୋଇଥିଲେ।

ତେବେ ଆଉଟ ହେବା ପରେ ଆଣ୍ଡ୍ରେ ରସେଲ ନିରାଶ ହୋଇ ଡ୍ରେସିଂ ରୁମ ଯିବା ବଦଳରେ ସିଡ଼ି ଉପରେ ଚୁପଚାପ୍ ବସିଥିବାର ଦେଖା ଯାଇଥିଲା। ରସେଲଙ୍କୁ ଏହିପରି ନିରାଶ ଏବଂ ହତାଶ ଦେଖି ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରକାର ଟିପ୍ପଣୀ ଦେବା ଆରମ୍ଭ କରିଥିଲେ।