IPL 2021: CSK ଠାରୁ ମ୍ୟାଚ ହାରିବା ସହ KKR କୁ BCCI ଦେଲା ବଡ଼ ଦଣ୍ଡ, ପୁଣି ଥରେ ଏମିତି ହୁଏ ତେବେ ଅଧିନାୟକ ହୋଇପାରନ୍ତି ବ୍ୟାନ

 
IPL 2021: CSK ଠାରୁ ମ୍ୟାଚ ହାରିବା ସହ KKR କୁ BCCI ଦେଲା ବଡ଼ ଦଣ୍ଡ, ପୁଣି ଥରେ ଏମିତି ହୁଏ ତେବେ ଅଧିନାୟକ ହୋଇପାରନ୍ତି ବ୍ୟାନ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ ର ୧୫ ତମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗସ୍ କୋଲକାତା ନାଇଟ୍ ରାଇଡର୍ସକୁ ୧୮ ରନ୍ ରେ ପରାସ୍ତ କରିଛି। ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ ଚେନ୍ନାଇ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୦ ରନ୍ ସଂଗ୍ରହ କରିଥିଲା।  ୨୨୧ ରନର ଏକ ବଡ ଲକ୍ଷ୍ୟକୁ ପିଛା କରି କେକେଆର୍ ୨୦୨ ରନ୍ ହିଁ କରି ପାରିଥିଲା। ତବେ ଏହି ପରାଜୟ ପରେ କେକେଆର୍ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି।  ମନ୍ଥର ଓଭର ରେଟ୍ ପାଇଁ କେକେଆର ଅଧିନାୟକ ଇଓନ ମୋର୍ଗାନଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିଛି।


ବୁଧବାର ଖେଳାଯାଇଥିବା ମ୍ୟାଚରେ କେକେଆର ନିର୍ଦ୍ଧାରିତ ସମୟ ମଧ୍ୟରେ ୨୦ ଓଭର ବୋଲିଂ କରିପାରି ନଥିଲା। ତେଣୁ ସ୍ଲୋ ଓଭର ରେଟ୍ ପାଇଁ କେକେଆର୍ ଅଧିନାୟକ ଇଏନ୍ ମୋର୍ଗାନଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି।

କୋଲକାତା ଦଳ ନିର୍ଦ୍ଧାରିତ ସମୟରେ ୨୦ ବୋଲିଂ ନକରିବାରୁ ପ୍ରଥମ ଥର ପାଇଁ ମୋର୍ଗାନ ଉପରେ ଏହି ପେନାଲ୍ଟି ଲାଗୁ କରାଯାଇଛି। ତେବେ ଏହି ସିଜିନ୍ ରେ ଦ୍ୱିତୀୟ ଥର ଏପରି ଭୁଲ କରିଲେ, ତାଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ, ଏହା ବ୍ୟତୀତ ତାଙ୍କ ଦଳର ଅନ୍ୟ ଖେଳାଳିଙ୍କୁ ନିଜ ମ୍ୟାଚ୍ ଫିସ୍ ର ୨୫ ପ୍ରତିଶତ ଜରିମାନା ଆକାର ରେ ଦେବାକୁ ହେବ ବୋଲି ନିୟମ ଲାଗୁ କରାଯାଇଛି।