IND vs AUS: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆକୁ ଡବଲ୍ ଝଟକା, ପରାଜୟ ପରେ ICC ମଧ୍ୟ ଦେଲା ଏମିତି ଦଣ୍ଡ

 
IND vs AUS: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆକୁ ଡବଲ୍ ଝଟକା, ପରାଜୟ ପରେ ICC ମଧ୍ୟ ଦେଲା ଏମିତି ଦଣ୍ଡ

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ମନ୍ଥର ଓଭର ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳକୁ 40% ମ୍ୟାଚ୍ ଫି ଜରିମାନା କରାଯାଇଛି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ରେ ତାଙ୍କର ଚାରି ପଏଣ୍ଟ କଟାଯାଇଛି ।

ICC ମ୍ୟାଚ୍ ରେଫରି ଡେଭିଡ ବୁନ୍ ଜାଣିବାକୁ ପାଇଲେ ଯେ ଅଷ୍ଟ୍ରେଲିଆ ଦଳ ଧାର୍ଯ୍ୟ ସମୟଠାରୁ ଦୁଇ ଓଭର କମ୍ ବୋଲିଂ କରିଛି, ଏହା ପରେ ଟିମ୍ ପେନଙ୍କ ଦଳକୁ ଦଣ୍ଡିତ କରାଯାଇଛି । ଭାରତ ଦ୍ୱିତୀୟ ଟେଷ୍ଟ ଆଠଟି ୱିକେଟ୍ ରେ ଜିତିଛି ।

ICC ଏକ ବିବୃତ୍ତିରେ କହିଛି, 'ଖେଳାଳି ଏବଂ ଖେଳାଳିଙ୍କ ସପୋର୍ଟ ଷ୍ଟାଫ୍ ସମ୍ବନ୍ଧୀୟ ICC ଆଚରଣ ସଂହିତା ର ନିୟମ 2.22 ଅନୁଯାୟୀ, ଯାହା ସର୍ବନିମ୍ନ ଓଭର ସ୍ପିଡର ଅପରାଧ ସହିତ ଜଡିତ, ଖେଳାଳିମାନେ ନିଜ ଦଳର ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତ୍ୟେକ ଓଭର କମ ପକେଇବା ପାଇଁ ସେମାନଙ୍କ ମ୍ୟାଚ୍ ଫି ର 20 ପ୍ରତିଶତ ଜରିମାନା କରାଯାଇଛି ।'

Also Read : ସୋଏବ ଅଖତରଙ୍କ ବିବାଦୀୟ ଭବିଷ୍ୟବାଣୀ: ମୁସଲମାନ ମାନେ କବଜା କରିବେ ସାରା ଭାରତକୁ ଓ ପାକିସ୍ତାନ ହେବ...

ବିବୃତ୍ତି ଅନୁଯାୟୀ, 'ICC ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ନିୟମ 16.11.2 ର ଖେଳ ଅବସ୍ଥା ବ୍ୟତୀତ ପ୍ରତ୍ୟେକ ଦଳକୁ ସର୍ଟ ଓଭର ବୋଲିଂ ପାଇଁ ଦୁଇଟି ପଏଣ୍ଟ ଜୋରିମାନା କରାଯାଇଛି । ଫଳସ୍ୱରୂପ, ଅଷ୍ଟ୍ରେଲିଆର ମୋଟ ପଏଣ୍ଟରୁ ଚାରିଟି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ କଟାଯାଇଥିଲା ।'

ICC କହିଛି, 'ପେନ୍ ଅପରାଧକୁ ଗ୍ରହଣ କଲେ ଏବଂ ପ୍ରସ୍ତାବିତ ଦଣ୍ଡକୁ ମଧ୍ୟ ଗ୍ରହଣ କଲେ, ତେଣୁ କୌଣସି ଆନୁଷ୍ଠାନିକ ଶୁଣାଣି ଆବଶ୍ୟକ ନଥିଲା ।'

ଏହି ଅଭିଯୋଗ ଅନ୍ ଫିଲ୍ଡ ଅମ୍ପାୟର ବ୍ରୁସ୍ ଅକ୍ସେନ୍ଫୋର୍ଡ ଏବଂ ପଲ୍ ରିଫେଲ୍, ତୃତୀୟ ଅମ୍ପାୟାର୍ ପଲ୍ ୱିଲସନ ଏବଂ ଚତୁର୍ଥ ଅମ୍ପାୟାର ଜେରାର୍ଡ ଅବୋଡଙ୍କ ଦ୍ୱାରା କରାଯାଇଥିଲା ।

ଅଷ୍ଟ୍ରେଲିଆ (0.766) ଜିତିଥିବା ଶତକଡ଼ା ପଏଣ୍ଟ ଆଧାରରେ ଶୀର୍ଷରେ ରହିଛି, ତା’ପରେ ଭାରତ (0.722) ଏବଂ ନ୍ୟୁଜିଲ୍ୟାଣ୍ଡ (0.625) ରହିଛି ।