ମ୍ୟାଚ ଜିତିବା ପରେ କାହିଁକି ଧଳା ବ୍ଲେଜର ପିନ୍ଧି ଟ୍ରଫି ନେଲା ଟିମ୍ ଇଣ୍ଡିଆ,ଜାଣିଛନ୍ତି କି କଣ ରହିଛି ପ୍ରକୃତ କାରଣ?

 
Champions trophy

୧୨ ବର୍ଷ ପରେ ଚାମ୍ପିଆନ୍‌ ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ। ୨୫ ବର୍ଷର ପ୍ରତିଶୋନ ନେଲା ରୋହିତ ବାହିନୀ। ତୃତୀୟ ଥର ପାଇଁ ଜିତିଲା ଚାମ୍ପିଅନ୍ସ ଟ୍ରଫି। ଦୁବାଇରେ ଦମ୍ ଦେଖାଇଲେ ରୋହିତ ବାହିନୀ । ୨୫୨ ରନର ବିଜୟ ଲକ୍ଷ୍ୟର ପିଛା କରି ମ୍ୟାଚକୁ ୪ ୱିକେଟରେ ଜିତିନେଇଛି ଟିମ୍ ଇଣ୍ଡିଆ। ଗୋଟିଏ ୱିକେଟ୍ ବାକି ଥାଇ ଭାରତ ୬ ୱିକେଟ ହରାଇ ବିଜୟ ହାସଲ କରିନେଇଛି । ତେବେ ମ୍ୟାଚ୍ ଜିତିବା ପରେ ବିଜେତା ଟିମ୍ କାହିଁକି ପିନ୍ଧନ୍ତି ଧଳା ବ୍ଲେଜର ?

ଚମ୍ପିୟାନ ଟ୍ରଫିରେ ଧଳା କୋଟ୍ କେବେଠୁ ପ୍ରଚଳନ କରାଯାଇଥିଲା ? ଏହି ଧଳା ଜ୍ୟାକେଟ ବୋର୍ଡ ନେଇଯାଏ ନା ଖେଳାଳିମାନେ ନିଜ ପାଖରେ ରଖନ୍ତି ? ଦୀର୍ଘ ବାରବର୍ଷ ପରେ ଚମ୍ପିୟାନ ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ । ୨୫ ବର୍ଷର ପ୍ରତିଶୋଧ ନେଇଛି ରୋହିତ ବାହିନୀ । ଏହି ମ୍ୟାଚ୍ ଦିନ ଥିଲା ସବୁଠୁ ଅଲଗା ଆଉ ସ୍ମରଣୀୟ । ୧୪୫ କୋଟି ଭାରତୀୟଙ୍କ ନଜର ଏହି ଖେଳ ଉପରେ ଥିଲା । ସମସ୍ତେ ଖେଳ ଦେଖିବାକୁ ଟିଭି ପାଖରେ ବସିଥିଲେ । ହିଟ ମ୍ୟାନ ରୋହିତ ଶର୍ମା ଚଉକା ଛକା ମାରି ଚାଲୁଥିଲେ । 

Champions trophy

ସେ ଶୁଭମନ୍ ଗିଲଙ୍କ ସହ ମିଶି ୧୦୫ ରନ କରିଥିଲେ । ଗିଲ, କୋହଲି ଆଉ ରୋହିତ ଶର୍ମା ଆଉଟ୍ ହେବା ସମସ୍ତଙ୍କୁ ଅନେକ ଚିନ୍ତାରେ ପକାଇ ଦେଇଥିଲେ । ଏହାପରେ ଶ୍ରେୟସ ହେୟର ଏବଂ ଅକ୍ସର୍ ପଟେଲ ଆସିଥିଲେ ଆଉ ସେମାନେ ସ୍ଥିତି ସମ୍ଭାଳି ନେଇଥିଲେ । ତାପରେ ଭାରତୀୟ ଦଳ ପାଇଁ ସଙ୍କଟ ମୋଚନ ସାଜି ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏଭଳି ସମସ୍ତଙ୍କ ଖେଳ ଦ୍ଵାରା ଶେଷରେ ଭାରତୀୟ ଟିମ୍ ଜିତି ଯାଇଥିଲା । ଏହାସହ ଜାଡେଜାଙ୍କ ଖେଳ ମଧ୍ୟ ଦେଖିବାକୁ ମିଳିଥିଲା । 

ଶେଷରେ ନିଜ ଖେଳ ଦେଖାଇ ବିଜୟ ହାସଲ କରିଥିଲା ଭାରତୀୟ ଦଳ । ପୁରା ଦେଶ ଖୁସିରେ ଝୁମି ଉଠିଥିଲା । ଏହାପରେ ଟ୍ରଫି ନେବା ବେଳେ ରୋହିତ ବାହିନୀ ଧଳା ବ୍ଲେଜର ପିନ୍ଧିଥିଲେ । ଏହାପୂର୍ବରୁ ୨୦୧୩ ମସିହାରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଜୟ ଲାଭ କରିଥିବା ବେଳେ ଏହି ଧଳା ବ୍ଲେଜର ପିନ୍ଧିଥିଲେ । ୨୦୦୯ ମସିହା ଠାରୁ ଚମ୍ପିୟାନ ଟ୍ରଫିରେ ଏହି ଧଳା ବ୍ଲେଜର ପିନ୍ଧିବା ଆରମ୍ଭ ହୋଇଥିଲା । ଧଳା କୋଟ ସମ୍ମାନର ପ୍ରତୀକ । ଏହି ଚିହ୍ନ ବିଜେତା ମାନଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରିଥାଏ । ଆଉ ଏହି କୋଟ ଖେଳାଳିମାନେ ନିଜ ପାଖରେ ରଖିଥାନ୍ତି ଆଉ ଏହି ସ୍ମରଣୀୟ ଜିନିଷକୁ ମନେ ପକାଇଥାନ୍ତି ।