ଏମାନଙ୍କ ନାଁ ଶୁଣିଲେ ଡରୁଥିଲେ ବୋଲର କିନ୍ତୁ ବିଶ୍ବକପରେ ଫ୍ଲପ ହେଉଛନ୍ତି ଏହି ୫ ବଡ଼ ଖେଳାଳି, ନାଁ ଜାଣି ହେବେ ଆଶ୍ଚର୍ଯ୍ୟ

 
World Cup

ଚଳିତ ବର୍ଷ ଭାରତରେ କ୍ରିକେଟକୁ ନେଇ ସୃଷ୍ଟି ହୋଇଛି ଏକ ରୋମାଞ୍ଚକର ପରିବେଶ । ବର୍ତ୍ତମାନର ସମୟରେ ଅନ୍ୟ ଖେଳ ତୁଳନାରେ କ୍ରିକେଟର ଲୋକପ୍ରିୟତା ସର୍ବାଧିକ ରହିଛି । ଲୋକେ କ୍ରିକେଟ ଓ କ୍ରିକେଟର ଙ୍କୁ ନେଇ ବେଶ୍ ରୁଚି ରଖୁଛନ୍ତି । ଚଳିତ ବର୍ଷ ୨୦୨୩ ବିଶ୍ଵ କପ୍ କୁ ନେଇ ଅନେକ ମତ ପ୍ରକାଶ ହୋଇଥିଲା । କିଛି ଦଳକୁ ନେଇ ଲୋକ ମାନଙ୍କର ଅଧିକ ଆଶା ରହିଥିବା ବେଳେ କିଛି କ୍ରିକେଟରଙ୍କର ଖେଳ ଦେଖିବା ପାଇଁ ବେଶ୍ ଆଗ୍ରହୀ ଥିଲେ ଲୋକେ ।

 World Cup

ଏଥି ମଧ୍ୟରେ ଅନେକ ଦମଦାର ମ୍ୟାଚ୍ ଅନୁଷ୍ଠିତ ହୋଇ ସାରିଲାଣି  । ହେଲେ ପ୍ରାୟତଃ ଅନେକ ଖେଳ ନିରାଶ କରିଛି ଦର୍ଶକଙ୍କୁ । ପ୍ରତି ମ୍ୟାଚ୍ ରେ କିନ୍ତୁ ଇଣ୍ଡିଆ ତାର ବିଜୟକୁ ସୁରକ୍ଷିତ କରିଛି  । ହେଲେ ଯଦି ଅନ୍ୟ ଦଳ ବା ଖେଳାଳି ମାନଙ୍କ କଥା କୁହାଯାଏ ତେବେ ସେମାନେ ସେମାନଙ୍କର ପୂର୍ବ ଦକ୍ଷତା ଭଳି କିଛି ଭଲ ପ୍ରଦର୍ଶନ କରି ନାହାନ୍ତି ଏଥର  ।

ତେବେ ଆସନ୍ତୁ ଜାଣିବା କିଛି ଖେଳାଳି ମାନଙ୍କର ନାମ ଯେଉଁମାନେ କ୍ରିକେଟ ଦୁନିଆକୁ ଏକ ନୂଆ ପରିଚୟ ଦେଇଛନ୍ତି । ହେଲେ ଏଥର ବିଶ୍ଵ କପ୍ ରେ ସେମାନଙ୍କ ଦକ୍ଷତାର ହ୍ରାସ ଦେଖିବାକୁ ମିଳିଛି ।

୧ - ଇମାମ୍ ଉଲହକ୍: ପାକିସ୍ତାନର ଏକ ଦମଦାର ବ୍ୟାଟସମ୍ୟାନ୍ ହେଉଛନ୍ତି ଇମାମ୍ । ବିଶ୍ବର ଟପ୍ ଟେନ କ୍ରିକେଟରଙ୍କ ମଧ୍ୟରେ ତାଙ୍କ ନାମ ରହିଛି । ସେ ଏଥର ବିଶ୍ୱକପ୍ ରେ ୫ଟି ମ୍ୟାଚରେ କରିଥିବା ବେଳେ ପ୍ରାୟ ୧୨ , ୧୫ ଓ ୩୬ ରନ୍ ସଂଗ୍ରହ କରିଛନ୍ତି ।

୨- ଧନଞ୍ଜୟ ଡି ସିଲଭା  - ଏ ହେଉଛନ୍ତି ଶ୍ରୀଲଙ୍କାର ଜଣେ ନାମୀଦାମୀ ଖେଳାଳି । ହେଲେ ଧନଞ୍ଜୟଙ୍କର ମଧ୍ୟ ଖେଳ କିଛି ଆକର୍ଷଣ କରି ପାରି ନାହିଁ ଦର୍ଶକଙ୍କୁ । ସେ ମଧ୍ୟ ୬ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ୧୪୩ ରନ୍ ହାତେଇଛନ୍ତି ଏବଂ ତାଙ୍କ ବୋଲିଙ୍ଗ ମଧ୍ୟ ଫ୍ଲପ ରହିଛି ବିଶ୍ୱକପ୍ ରେ ।

୩- ଲିଆନ୍ ଲିଭିଂଷ୍ଟନ - ଏ ହେଉଛନ୍ତି ଜଣେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ । ସେ ଏବେ ପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ହେଲେ ଅର୍ଦ୍ଧ ଶତକ କରି ପାରି ନାହାଁନ୍ତି।

୪- ଜସ୍ ବଟଲର୍- ଚଳିତ ବିଶ୍ୱକପରେ ଇଂଲଣ୍ଡ ର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି। ଦଳର ଅଧିକାଂଶ ଖେଳାଳି ଫ୍ଲପ୍ ହୋଇଛନ୍ତି। ସେଥି ମଧ୍ୟରୁ ଅଧିନାୟକ ଜସ୍ ବଟଲର୍ ମଧ୍ୟ। ୍

୫  - ସ୍ମିଥ  - ସ୍ମିଥ୍ ମଧ୍ୟ ଅଷ୍ଟ୍ରେଲିଆର ଜଣେ ଜଣାଶୁଣା ଖେଳାଳି । ତାଙ୍କର ପ୍ରଦର୍ଶନ ମଧ୍ୟ କିଛି ଖାସ୍ ରହିନାହିଁ ବିଶ୍ଵକପ୍ ରେ । ତେଣୁ ଏମାନଙ୍କୁ ଫ୍ଲପ୍ ଖେଳାଳି ବୋଲି କୁହା ଯାଉଛି ।