ଦେଖନ୍ତୁ ଭିଡ଼ିଓ: ଦିନେଶ କାର୍ତ୍ତିକଙ୍କ ଏହି ଭୁଲ୍ ପାଇଁ ଶେଷ ବଲ୍ ରେ ହାରିଗଲା RCB, ଏଥିପାଇଁ କାର୍ତ୍ତିକ ହୋଇପାରିବେନି ଧୋନି

ଆଇପିଏଲ୍ 2023 ର 15 ତମ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 1 ୱିକେଟ୍ ରେ ପରାସ୍ତ କରି ୨ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଛି। ଏହି ବିଜୟ ସହିତ କେଏଲ ରାହୁଲଙ୍କ ଦଳ ପୁଣି ଥରେ ପଏଣ୍ଟ ଟେବୁଲରେ ଏକ ନମ୍ବର ହୋଇପାରିଛନ୍ତି। ତେବେ ଏହି ଉତ୍ତେଜନାପୂର୍ଣ୍ଣ ମ୍ୟାଚର ଶେଷ ବଲରେ କିଛି ଏପରି ଘଟିଲା ଯାହା ପରେ ଆରସିବି ପ୍ରଶଂସକ ଦୀନେଶ କାର୍ତ୍ତିକଙ୍କୁ ଟ୍ରୋଲ୍ କରିବା ସହ ଗାଳି ଦେବା ଆରମ୍ଭ କରିଛନ୍ତି।
ବାସ୍ତବରେ, ଶେଷ ବଲରେ ଲକ୍ଷ୍ନୌ ଜିତିବା ପାଇଁ ମାତ୍ର 1 ରନ୍ ଆବଶ୍ୟକ ଥିଲା ଏବଂ ସମସ୍ତେ ଆଶା କରୁଥିଲେ ଯେ ସୁପର ଓଭର ଦେଖିବାକୁ ମିଳିବ। ବୋଲର୍ ହର୍ଷଲ ପଟେଲ ମଧ୍ୟ ଏହୀ ବଲ୍ ଆବେଶ ଖାନଙ୍କୁ ମିସ୍ କରେଇ ଦେଇଥିଲେ। ହେଲେ ୱିକେଟ୍ ପଛରେ ଠିଆ ହୋଇଥିବା ଦୀନେଶ କାର୍ତ୍ତିକ ବଲ୍ କୁ ଧରିବାରେ ଅସଫଳ ହୋଇଥିଲେ ଏବଂ ଭୁଲ୍ ଯୋଗୁଁ ଲକ୍ଷ୍ନୌକୁ ୧ ରନ୍ ଦୋୖଡିବାକୁ ସମୟ ଦେଇ ଦେଇଥିଲା। ଏହି କାରଣରୁ ଲକ୍ଷ୍ନୌ ଗୋଟିଏ ୱିକେଟ୍ ରେ ଷେଷ ବଲରେ ମ୍ୟାଚ୍ ଜିତି ନେଥିଲା।
This #dineshkarthik was never a good performer in the team .
— Darbaar ☄️ (@oyedarbaar) April 11, 2023
Don’t bring Nidhas trophy that was all luck….no wonder he never hit a odi century. Well played LSG . pic.twitter.com/1QAy5WSXlQ
ଏହି ପରାଜୟ ପରେ ଦୀନେଶ କାର୍ତ୍ତିକ ସୋସିଆଲ ମିଡିଆରେ ଭିଲେନ୍ ପାଲଟି ଯାଇଛନ୍ତି ଏବଂ ପ୍ରଶଂସକମାନେ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଅନେକ ପ୍ରଶଂସକ କହୁଛନ୍ତି ଯେ ତାଙ୍କର ଖରାପ ୱିକେଟ୍ କିପିଂ ହେତୁ ସେ ଭାରତ ପାଇଁ ଅଧିକ ସମୟ ଖେଳି ପାରିନଥିଲେ। ଏଥି ସହିତ, କିଛି ପ୍ରଶଂସକ ଧୋନିଙ୍କ ଫଟୋ ସେୟାର କରି କାର୍ତ୍ତିକଙ୍କୁ ଗାଳି କରୁଛନ୍ତି।